Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ସୋମବାର ୩ ଘଣ୍ଟାରୁ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

    Share on :
    ajab-Image
    Date: Mar 19, 2023    Views: 2579

    ପୁରୀ: ସୋମବାର ମହାପ୍ରଭୁଙ୍କ ଖସାପଡ଼ା ଲାଗି ନୀତି ଅନୁଷ୍ଠିତ ହେବ । ସେଥିପାଇଁ ୩ ଘଣ୍ଟାରୁ ୪ ଘଣ୍ଟା ମହାପ୍ରଭୁଙ୍କ ଦର୍ଶନରୁ ଭକ୍ତମାନେ ବଞ୍ଚିତ ହେବେ । ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତିପରେ ଏହି ସ୍ୱତନ୍ତ୍ର ବିଧି ଅନୁଷ୍ଠିତ ହେବ । ଠାକୁରଙ୍କ ଦ୍ୱିତୀୟ ଭୋଗମଣ୍ଡପ ନୀତି ବଢ଼ିଲା ବେଳକୁ ପ୍ରାୟ ସାଢ଼େ ୩ଟା ହେଉଛି । ଏଣୁ ଅପରାହ୍ଣରୁ ପ୍ରାୟ ସନ୍ଧ୍ୟା ପର୍ୟ୍ୟନ୍ତ ଠାକୁରଙ୍କ ଦର୍ଶନ ମିଳିବ ନାହିଁ ବୋଲି ଅନୁମାନ କରାଯାଉଛି । ମହାପ୍ରଭୁଙ୍କ ଦଇତାପତି ସେବକମାନେ ଏହି ନୀତି ସମ୍ପାଦନ କରିଥାନ୍ତି । ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଏହି ନୀତି କରାଯାଏ । ଏହା ଠାକୁରଙ୍କ ଗୁପ୍ତ ନୀତି ଓ ବର୍ଷକେ ଏକାଧିକ ଥର ହୋଇଥାଏ।

    Maximum 500 characters

    ତାଜା ଖବର View all

    Find Us on Facebook