Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଆଜି ମହାପ୍ରଭୁଙ୍କ ପଦ୍ମବେଶ

    Share on :
    ajab-Image
    Date: Jan 25, 2023    Views: 2556

    ପୁରୀ: ଆଜି ଶ୍ରୀଜୀଉଙ୍କ ଅନୁଷ୍ଠିତ ହେବ ପଦ୍ମବେଶ । ରୀତିନୀତି ଅନୁଯାୟୀ ରାତିରେ ମହାପ୍ରଭୁଙ୍କୁ ପଦ୍ମବେଶ କରାଯିବ । ବଡ଼ସିଂହାର ବେଶରେ ପଦ୍ମଫୁଲରେ ଆପାଦ ମସ୍ତକ ବିଭୂଷିତ ହେବେ ତିନି ଠାକୁର । ତ୍ରିବେଣୀ ଅମାବାସ୍ୟା ପରେ ମହାପ୍ରଭୁଙ୍କ ଏହି ବେଶ ଅନୁଷ୍ଠିତ ହୋଇଥାଏ । ବୁଧବାର କିମ୍ବା ଶନିବାର ଏହି ବେଶରେ ଦର୍ଶନ ଦିଅନ୍ତି ଚତୁର୍ଦ୍ଧା ମୂରତି ।

    ତେଣୁ ଆଜି ବୁଧବାର ଥିବାରୁ ମାହାପ୍ରଭୁଙ୍କୁ ସେବାୟତ ମାନେ  ପଦ୍ମବେଶରେ ସୁସଜ୍ଜିତ କରିବେ । ଶ୍ରୀଜୀଉ ମାନଙ୍କ ପଦ୍ମବେଶ ଅବସରରେ ଶ୍ରୀ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ବଡ଼ ଠାକୁରଙ୍କ ନିକଟରେ ସ୍ୱତନ୍ତ୍ର ଖିରି ଭୋଗ ଲାଗି ହେବ । ଆସନ୍ତାକାଲି ମହାପ୍ରଭୁଙ୍କ ଦୁର୍ଲ୍ଲଭ ଦର୍ଶନ ପାଇବାରିବେ ଭକ୍ତ ।

    Maximum 500 characters

    ତାଜା ଖବର View all

    Find Us on Facebook