Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଆଜି ଶ୍ରୀଜିଉଙ୍କ ଚକାବିଜେ ନୀତି

    Share on :
    ajab-Image
    Date: Jun 23, 2022    Views: 4431

    ପୁରୀ: ଜ୍ୱରରେ ପୀଡ଼ିତ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଆଜି ଦଶମୀ ତିଥିରେ ଚକାବିଜେ ନୀତି କରାଯିବ। ଦଇତାପତି ସେବକ ମାନେ ଚକାବିଜେ କରାଇବା ପରେ ଶ୍ରୀଜିଉ ଆଉ ଟିକେ ସୁସ୍ଥ ଅନୁଭବ କରିବେ। ଏଥିପାଇଁ ରାଜବୈଦ୍ୟମାନେ ଅତ୍ୟନ୍ତ ଶୁଦ୍ଧପୂତ ଭାବେ ୧୦ ପ୍ରକାରର ଚେରମୂଳିରୁ ପ୍ରସ୍ତୁତ କରିଛନ୍ତି ଦଶ ମୂଳାରିଷ୍ଟ। ଏହି ଔଷଧକୁ ଶ୍ରୀମନ୍ଦିର ଗାରଦକୁ ପ୍ରଦାନ କରାଯିବ। ଫଣଫଣା, କୃଷ୍ଣଚୁଡ଼ା, ଲବଙ୍ଗ, ଖୁଆ ଆଦି ବିଭିନ୍ନ ଦ୍ରବ୍ୟକୁ ମିଶାଯାଇ ଏହି ଔଷଧ ପ୍ରସ୍ତୁତ ହୋଇଛି। ମହାପ୍ରଭୁ ଏହି ଦଶ ମୂଳାରିଷ୍ଟ ଖାଇବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବାର ପରମ୍ପରା ରହିଛି।
    ଦ୍ୱାଦଶୀ ତିଥିରେ ଦଇତାପତି ମାନେ ଶ୍ରୀନହରକୁ ଯାଇ ମହାପ୍ରଭୁଙ୍କ ସୁସ୍ଥତା ଖବର ଗଜପତି ମହାରାଜାଙ୍କୁ ଦେବାର ପରମ୍ପରା ରହିଛି।
    ସ୍ନାନଯାତ୍ରା ଦିନ ଅତ୍ୟଧିକ ସ୍ନାନ କରିବା ପରେ ଜ୍ୱରରେ ପୀଡ଼ିତ ଥିବା ଶ୍ରୀଜିଉଙ୍କୁ ଫୁଲୁରି ତେଲ ମାଲିସ୍ କରାଯିବା ପରେ ସାମାନ୍ୟ ସୁସ୍ଥ ଅନୁଭବ କରିଥିଲେ। ଷଷ୍ଠୀରୁ ନବମୀ ତିଥି ପର୍ୟ୍ୟନ୍ତ ଓଷୁଅ ଲାଗି କରାଯାଇଥିଲା।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook