Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କଟାଗଲା ଶ୍ରୀମନ୍ଦିର ତାଲା

    Share on :
    ajab-Image
    Date: Jun 22, 2022    Views: 2985

    ପୁରୀ: ହଜି ଯାଇଛି ଜୟବିଜୟ ଦ୍ବାର ଚାବି। ଏଥିଯୋଗୁଁ ମଙ୍ଗଳବାର କଟାଯାଇଛି ଶ୍ରୀମନ୍ଦିର ଜୟବିଜୟ ଦ୍ବାର ତାଲା। ପ୍ରାୟ ୫ଘଣ୍ଟା ବିଳମ୍ବରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ମଙ୍ଗଳ ଆଳତି। ଶ୍ରୀମନ୍ଦିର ଜୟବିଜୟ ଦ୍ବାର ଚାବି ହଠାତ ହଜିଯିବା ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ସୂଚନା ଅନୁଯାୟୀ ଦଇତାପତିମାନେ ଅଣସର ଘରେ ଦାରୁବ୍ରହ୍ମଙ୍କ ଗୁପ୍ତନୀତି ଶେଷକରି ସୋମବାର ରାତିରେ ବାହାରିଥିଲେ। ଦାୟିତ୍ବରେ ଥିବା ଜଣେ ସେବାୟତ ଜୟବିଜୟ ଦ୍ବାର ଚାବି ପକାଇଥିଲେ। ତେବେ ସକାଳୁ ଦୁଆର ଖୋଲିବା ପାଇଁ ଚାବି ଖୋଜିବା ବେଳେ ମିଳିନଥିଲା। ପ୍ରାୟ ୫ଘଣ୍ଟା ଧରି ଖୋଜାଖୋଜି ପରେ ଚାବିର ଖୋଜ ଖବର ମିଳିନଥିଲା। ଜୟବିଜୟ ଦ୍ବାର ଚାବି କେଉଁଠି ରଖିଛନ୍ତି ସେଥିନେଇ ସମ୍ପୃକ୍ତ ସେବକ ନିର୍ଦିଷ୍ଟ ଉତ୍ତର ଦେଇପାରି ନଥିଲେ। ତେଣୁ ଦିନ ୯ଟା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ବାଧ୍ୟହୋଇ ଜୟବିଜୟ ଦ୍ବାର ତାଲା କାଟିବାକୁ ପଡ଼ିଥିଲା। ଏହାପରେ ଦିନ ୯ଟା ୨୫ରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ଅନୁଷ୍ଠିତ ହୋଇଥିଲା। 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook