Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପୁରୀ ବିଧାୟକଙ୍କ ଗୁମାସ୍ତା ଉପାଖ୍ୟାନ ନେଇ ଚର୍ଚ୍ଚା

    Share on :
    ajab-Image
    Date: Jul 10, 2026    Views: 2636

    ପୁରୀ :ପୁରୀ ବିଧାୟକ ସୁନୀଲ ମହାନ୍ତିଙ୍କ ଗୁମାସ୍ତା ଉପାଖ୍ୟାନ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡିରେ ଯୋଗ ଦେଇଥିବା ପୂର୍ବତନ ଆଇଏଏସ୍ ଅଫିସର ସୁଜାତା କାର୍ତ୍ତିକେୟନଙ୍କ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଅନୁପସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ସୁନୀଲ ମହାନ୍ତି । କହିଛନ୍ତି, ମନ୍ଦିର ପାଖରେ ବହୁ ଗୁମାସ୍ତା ବୁଲନ୍ତି, ଭକ୍ତ ଆସିଲେ ଗୁମାସ୍ତା ଦର୍ଶନ କରାନ୍ତି । ମୋତେ ଯଦି ବ୍ୟକ୍ତିଗତ ଭାବେ କିଏ ଡାକିବ ମୁଁ ଯାଇ ପହଞ୍ଚିବି । କିନ୍ତୁ ଯିଏ ପୁରୀ ଆସିବେ ଦର୍ଶନ ପାଇଁ, ଆଉ ମୁଁ ଛିଡ଼ା ହୋଇଥିବି, ସମ୍ଭବ ନୁହେଁ ।
    ନବୀନ ବାବୁ ଯଦି ନିର୍ଦ୍ଦେଶ ଦେଇଥାନ୍ତେ ତାହାଲେ ମୁଁ ପହଞ୍ଚି ଥାନ୍ତି । ଦଳର ଯେଉଁ ଯେଉଁ କାମରେ ରହିବା କଥା ସେଠି ଆପଣ ମୋତେ ପାଇବେ ବୋଲି କହିଛନ୍ତି ସୁନୀଲ । ଶ୍ରୀମନ୍ଦିରକୁ ସୁଜାତା କାର୍ତ୍ତିକେୟନ ଯାଇଥିବା ବେଳେ ଅନୁପସ୍ଥିତ ଥିଲେ ସୁନୀଲ ମହାନ୍ତି । ସେହି ସମୟରେ ପୁରୀ ଜିଲ୍ଲାର ବହୁ ବରିଷ୍ଠ ବିଜେଡି ନେତା ଉପସ୍ଥିତ ଥିଲେ । ଏହାର କିଛି ଦିନ ପରେ ସୁନୀଲ ଏମିତି ରଖିଛନ୍ତି ତାଙ୍କ ପ୍ରତିକ୍ରିୟା ।  

    Maximum 500 characters

    ରାଜନୀତି View all

    Find Us on Facebook