Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

    Share on :
    ajab-Image
    Date: May 14, 2022    Views: 3099

    ଭୁବନେଶ୍ୱର: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ସ୍ଥଗିତ ରଖିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଇନଟାକ୍‌ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କାମ ବନ୍ଦ କରିବାକୁ ଇନଟାକ୍‌ ପକ୍ଷରୁ କୁହାଯାଇଛି । ଇନଟାକର ସୂଚନା ଅନୁଯାୟୀ ବର୍ତ୍ତମାନ ମାମଲା କୋର୍ଟରେ ବିଚାରାଧୀନ ରହିଛି । ତେଣୁ ଏହି କାର୍ୟ୍ୟକୁ ସରକାର ବନ୍ଦ କରନ୍ତୁ ବୋଲି କୁହାଯାଇଛି । ଏଥି ସହିତ ଏହି ଘଟଣାକୁ ନେଇ ଭକ୍ତଙ୍କ ମଧ୍ୟରେ ଉଦବେଗ ରହିଛି ବୋଲି ଚିଠିରେ ଦର୍ଶାଯାଇଛି । ତାହାଛଡ଼ା ରାୟ ଆସିବା ଯାଏ କାର୍ୟ୍ୟ ବନ୍ଦ କରାଗଲେ ପ୍ରକଳ୍ପ ପାଇଁ କିଛି ଅସୁବିଧା ନାହିଁ ବୋଲି କୁହାଯାଇଛି ।

    ପ୍ରକାଶଯେ, ଗତକାଲି ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଓ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଶ୍ରୀମନ୍ଦିର ଯାଇ ପରିକ୍ରମା ମାର୍ଗ କାର୍ୟ୍ୟ ଅନୁଧ୍ୟାନ କରିଥିଲେ । । ଏଏସଆଇର ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ସ୍ଥିତି ଯାଞ୍ଚ କରିବାକୁ ଏଏସଆଇ ସୁପରିଟେଣ୍ଡେଣ୍ଟ ପ୍ରକଳ୍ପ ସ୍ଥଳରେ ବୁଲିଥିଲେ। ପ୍ରକଳ୍ପ ସ୍ଥଳ ବୁଲିଦେଖିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଓ ଏଏସଆଇ ଆଞ୍ଚଳିକ ମୁଖ୍ୟ ବୈଠକରେ ଯୋଗଦେଇଥିଲେ । 
    ହାଇକୋର୍ଟରେ ସତ୍ୟପାଠ ଦାଖଲ ପରେ ଏଏସଆଇ ଅଧିକାରୀ ପୁରୀ ଗସ୍ତ କରିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook