Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ନଟ ଆଉଟ ଘୋଷିତ ହୋଇ କି୍ରଜ ଛାଡ଼ିଲେ ପୁନମ

    Share on :
    ajab-Image
    Date: Oct 2, 2021    Views: 3837

    ଅଷ୍ଟ୍ରେଲିଆ: ‘କି୍ରକେଟ ଭାବନା’କୁ ନେଇ ଆଇପିଏଲରେ ଇଅନ ମୋର୍ଗାନ, ରବିଚନ୍ଦ୍ରନ ଅଶ୍ୱିନଙ୍କ ମଧ୍ୟରେ ଭିନ୍ନ ମତରେ ତର୍କ ଲାଗି ରହିଥିବା ବେଳେ ମହିଳା କ୍ରିକେଟ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି। ଅମ୍ପାୟାରଙ୍କ ଦ୍ୱାରା ନଟ ଆଉଟ ଘୋଷିତ ହୋଇଥିଲେ ମଧ୍ୟ ଭାରତୀୟ ବ୍ୟାଟର ପୁନମ ରାଉତ କି୍ରଜ ଛାଡ଼ି ଚାଲି ଆସିବା ଏକ ଅବିଶ୍ୱସନୀୟ ଦୃଶ୍ୟ ଦେଖାଇଛି। ଅଷ୍ଟ୍ରେଲୀୟ ଖେଳାଳିମାନେ ପୁନମଙ୍କ କଟ ବିହାଇଣ୍ଡ କରିଥିବାର ଜୋରଦାର ଆବେଦନ କରିବା ପରେ ଅମ୍ପାୟାର ଏହାକୁ ନାକଚ କରି ଦେଇଥିଲେ। ପୁନମ କିନ୍ତୁ ନିଜ ଶାନ୍ତ ଓ ସ୍ୱାଭାବିକ ଢ଼ଙ୍ଗରେ ପଡ଼ିଆ ଛାଡ଼ି ଦେଇଥିଲେ । ତାଙ୍କ ମନରେ ଅସନ୍ତୋଷର କୌଣସି ଚିହ୍ନ ବର୍ଣ୍ଣ ଦେଖିବାକୁ ମିଳିନଥିଲା। ପୁନମଙ୍କ ଏହି ବ୍ୟତିକ୍ରମ ନିଷ୍ପତ୍ତିକୁ ସବୁ ବର୍ଗରୁ ପ୍ରଶଂସା କରାଯାଇଛି । କ୍ରିକେଟ ଅଷ୍ଟ୍ରେଲିଆ ମଧ୍ୟ ଏହାକୁ ନିଜ ଟ୍ୱିଟର ହ୍ୟାଣ୍ଡେଲ ଛାଡ଼ବା ପରେ ପୁନମ ଚାରିଆଡୁ ପ୍ରଶଂସା ସାଉଁଟିଛନ୍ତି।

    Maximum 500 characters

    ଖେଳ ଖବର View all

    Find Us on Facebook