Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମଣ୍ଡପରେ ଦଳାଚକଟା ଟ୍ରାଜେଡି; ୭ ଗିରଫ

    Share on :
    ajab-Image
    Date: Oct 18, 2026    Views: 2866

    କୋଲକାତା; ପଶ୍ଚିମବଙ୍ଗ ରାଜଧାନୀ ଉତ୍ତର କୋଲକାତାରେ ଦୁର୍ଗପୂଜା ମହୋତ୍ସବରେ ହୃଦୟବିଦାରକ ଅଘଟଣ ଘଟିଛି । ଚୋରବାଗାନର ଦୁର୍ଗା ପୂଜା ମଣ୍ଡପରେ ଦଳାଚକଟାରେ ୧୯ ଜଣଙ୍କର ମୃତ୍ୟୁ ଘଟିଛି । ୩୦ ଜଣ ଆହତ ହୋଇଛନ୍ତି । କୋଲକାତା ପୁଲିସ ହତ୍ୟା ମାମଲା ରୁଜୁ କରିଛି ଏବଂ ଆୟୋଜକଙ୍କ ସମେତ ୭ ଜଣଙ୍କୁ ଗିରଫ କରାଯାଇଛି । ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କୋଲକାତାର ପ୍ରମୁଖ ଦୁର୍ଗା ପୂଜା ପେଣ୍ଡାଲରେ ଦଳାଚକଟା ପରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଘୋଷଣା କରିଛନ୍ତି । ଏହା ସହିତ ସବୁ ପୂଜା ମଣ୍ଡପରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।
    ଏହି କମିଟି ପ୍ରମୁଖ ପୂଜା ମଣ୍ଡପଗୁଡ଼ିକରେ ଭିଡ଼ ପରିଚାଳନା, ପ୍ରସ୍ଥାନ ପଏଣ୍ଟ ଏବଂ ଭିତ୍ତିଭୂମି ସୁରକ୍ଷା ସମୀକ୍ଷା କରିବ ଏବଂ ଏଭଳି ଘଟଣାର ପୁନରାବୃତ୍ତିକୁ ରୋକିବା ପାଇଁ ବିସ୍ତୃତ ନିର୍ଦ୍ଦେଶାବଳୀ ପ୍ରଦାନ କରିବ। ଏହି କମିଟିରେ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ରାଜେଶ ସିହ୍ନା, ଅଗ୍ନିଶମ ସେବା ମହାନିର୍ଦ୍ଦେଶକ ଅନୁଜ ଶର୍ମା ଏବଂ ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଆଇନ ଶୃଙ୍ଖଳା) ଜାଭେଦ ସାମିମଙ୍କୁ ନେଇ ଗଠିତ ହେବ । ଘଟଣା ପରେ ଜାରି କରାଯାଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ବରିଷ୍ଠ ପୁଲିସ ଅଧିକାରୀ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ଦଳର ମୁଖ୍ୟ ଦୁର୍ଗା ପୂଜା ମଣ୍ଡପ ପରିଦର୍ଶନ କରିବେ ଏବଂ ସେଠାରେ ସୁରକ୍ଷା ବ୍ୟବସ୍ଥା ଏବଂ ଭିତ୍ତିଭୂମି ସୁରକ୍ଷା ଯାଞ୍ଚ କରିବେ । ପୂଜା ଆୟୋଜକମାନେ ସମୀକ୍ଷା ଦଳର ସୁରକ୍ଷା ସୁପାରିଶକୁ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁରୁତ୍ୱାରୋପ କରାଯାଇଛି । ପେଣ୍ଡାଲର ଗ୍ରାଣ୍ଡ ସଂରଚନା ଏବଂ 'ଥିମ୍' ଅପେକ୍ଷା ଭକ୍ତଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବାକୁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
     ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଫ୍ୟାକ୍ଟ ଫାଇଡିଂ କମିଟି ଗଠନ ହେବ ବୋଲି କହିଛନ୍ତି ସଏମ୍ ଶୁଭେନ୍ଦୁ ଅଧିକାରୀ । ଏନେଇ କଲିକତା ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଚିଠି ଲେଖିବି' ବୋଲି କହିଛନ୍ତି ସଏମ୍ । ଫ୍ୟାକ୍ଟ ଫାଇଡିଂ କମିଟି ଗଠନ କରିବାକୁ ଅନୁରୋଧ କରିବି । କମିଟିରେ STF ଓ ଫରେନସିକ୍ ଟିମ୍ ରହିବେ ବୋଲି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ । ଅଘଟଣ ପରେ ପୂଜା ପେଣ୍ଡାଲକୁ ଦର୍ଶନ ପାଇଁ ବନ୍ଦ ରଖାଯାଇଛି । ଏହାକୁ ସମ୍ପୂର୍ଣ୍ଣ ସିଲ୍ କରି ଦିଆଯାଇଛି । ପୂଜା କମିଟିର ସମସ୍ତ ସଦସ୍ୟ ଇସ୍ତଫା ଦେଇଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ କହିଛନ୍ତି ବର୍ଷା ହେଉଥିଲା ଏବଂ ପୂଜା କମିଟିର ଆୟୋଜନରେ ତ୍ରୁଟି ରହିଥିଲା । ବର୍ଷା ଯୋଗୁଁ ପେଣ୍ଡାଲରେ ଭିଡ଼ ଜମିଥିଲା । ଯାହାଫଳରେ ଏଭଳି ଅଘଟଣ ଘଟିଗଲା । ଏହି ଘଟଣାର ସବିଶେଷ ତଦନ୍ତ କରାଯିବ । କଲିକତା ହାଇକୋର୍ଟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ୱାରା ତଦନ୍ତ ହେବ । ଯେଉଁମାନେ ଦୋଷୀ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେପଟେ ମୃତକଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ସହ ଚାକିରି ଘୋଷଣ କରାଯାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook