Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସଲମାନଙ୍କ ସହ ପୂଜା ହେଗଡେ

    Share on :
    ajab-Image
    Date: Feb 15, 2020    Views: 3682

    ଇଦ ଅବସରରେ ନିଜର ଚଳଚ୍ଚିତ୍ର ମୁକ୍ତିଲାଭ କରାନ୍ତି ସଲମାନ ଖାନ । ଏହା ତାଙ୍କର ଏକ ପୁରୁଣା ଅଭ୍ୟାସ । ୨୦୨୦ ଇଦରେ ମୁକ୍ତିଲାଭ କରିବ ରାଧେ । ୨୦୨୧ ଇଦ ପାଇଁ ବି ସଲମାନଙ୍କ ଶିବିର ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ଫିଲ୍ମର କାହାଣୀ ଲେଖାସରିଲାଣି । ଚିତ୍ରନାଟ୍ୟ ଲେଖାଯାଉଛି । ନାମ ରଖାଯାଉଛି ‘କଭୀ ଇଦ କଭୀ ଦିୱାଲୀ’ । ଏଥିରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିବା ନିମନ୍ତେ ପୂଜା ହେଗଡେଙ୍କୁ ଅନୁବନ୍ଧିତ କରାସରିଲାଣି । ଏହା ହେବାକୁ ଯାଉଛି ସଲମାନଙ୍କ ସହ ତାଙ୍କର ପ୍ରଥମ ଫିଲ୍ମ  । ୨୦୧୨ ରୁ ଚଳଚ୍ଚିତ୍ର ଦୁନିଆରେ ସକି୍ରୟ ଥିବା ପୂଜାଙ୍କର ଏହା ତୃତୀୟ ହିନ୍ଦୀ ଫିଲ୍ମ । ୨୦୧୬ରେ ମୁକ୍ତିଲାଭ କରିଥିବା ‘ମୋହେଞ୍ଜୋଦାରୋ’ରେ ପୂଜା ଅଭିନୀତ ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର । ଗତ ବର୍ଷ ମୁକ୍ତିଲାଭ କରିଥିଲା ଦ୍ୱିତୀୟ ବଲିଉଡ ଫିଲ୍ମ ‘ହାଉସଫୁଲ-୪’ । ପ୍ରଥମଟି ସୁପର ଫୁଲ ୪’ । ପ୍ରଥମଟି ସୁପର- ଫ୍ଲପ ହୋଇଥିବା ବେଳେ ଦ୍ୱିତୀୟଟି ସୁପର ହିଟ । ଆତ୍ମବିଶ୍ୱାସ ଫେରି ପାଇଥିଲେ ପୂଜା । ଏବେ ସଲମାନଙ୍କ ସହ ଏକ ଫିଲ୍ମ ପାଇ ସେ ଉଲ୍ଲସିିତ ।

    Maximum 500 characters

    ବିଶେଷ View all

    Find Us on Facebook