Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ରୋଷେଇଘରୁ ପୋକ ଦୂର କରିବ ପୁଦିନା, ଏମିିତି ପ୍ରସ୍ତୁତ କରନ୍ତୁ ସ୍ପ୍ରେ

    Share on :
    ajab-Image
    Date: Jun 23, 2022    Views: 2419

     ରୋଷେଇଘରକୁ ସଫା ରଖିବାକୁ ସବୁ ଗୃହିଣୀ ପସନ୍ଦ କରିଥାନ୍ତି । କାରଣ ସେମାନଙ୍କର ଅଧିକ ସମୟ ରୋଷେଇ ଘରେ ହିଁ ବିତିଥାଏ । କିନ୍ତୁ ରୋଷେଇ ଘରକୁ ଯେତେ ସଫା କରିସାରିଲେ ମଧ୍ୟ କେବେ କେବେ ଏଠାରେ ଥିବା ଆଲମିରାରୁ ଅନେକ ଛୋଟମୋଟ କୀଟ ବାହାରିଥାନ୍ତି । ଅନେକ ସମୟରେ ଏମିତି ଛୋଟ ଛୋଟ କୀଟ କେବଳ ରୋଷେଇ ଘରେ ନୁହେଁ, ବରଂ ଅନ୍ୟ ଘରେ ମଧ୍ୟ ଉଡିବୁଲିଥାନ୍ତି ।

    ଏମାନଙ୍କୁ ଯୋଗୁ ଅନେକ ସମୟରେ ବିଭିନ୍ନ ରୋଗ ଭୋଗିବାକୁ ପଡିଥାଏ । ତେଣୁ ଏମାନଙ୍କୁ ଦୂର କରିବାକୁ ପୁଦିନା ହେଉଛି ଶ୍ରେଷ୍ଠ ବିକଳ୍ପ । ଖାଦ୍ୟରେ ତ ପୁଦିନା ବ୍ୟବହାର କରାଯାଇଥାଏ । ଏବେ ଏହାକୁ ରୋଷେଇଘର ଛୋଟ ଛୋଟ କୀଟ ଦୂର କରିବା ପାଇଁ ବ୍ୟବହାର କରିପାରିବେ । ରୋଷେଇଘର ଆଲମିରାକୁ କୀଟମୁକ୍ତ ରଖିବା ପାଇଁ ପୁଦିନାର ସହାୟତା ନେଇପାରିବେ । ପ୍ରଥମେ ସେହି ଆଲମିରାରେ ଥିବା ଜିନିଷପତ୍ରକୁ ହାଲ୍‌କା ଖରାରେ ରଖି ଦିଅନ୍ତୁ । ପରେ ଏହାକୁ ସଫା କପଡାରେ ପୋଛି ନିଅନ୍ତୁ ।

    ରୋଷେଇଘର ଆଲମିରାକୁ ରଖନ୍ତୁ କୀଟମୁକ୍ତ
    ପୁଦିନା ପତ୍ରର ବ୍ୟବହାର ଦ୍ୱାରା କୀଟକୁ ଦୂର କରିବା ପାଇଁ ପୁଦିନାର ସ୍ପ୍ରେ ବ୍ୟବହାର କରିପାରିବେ । ସ୍ପ୍ରେ ପାଇଁ ଏକ କପ୍‌ ପୁଦିନା ପତ୍ର, ଦୁଇ ଚାମଚ ବେକିଂ ସୋଢା, ଏକ ଚାମଚ ପୁଦିନା ତେଲ ଓ ଏକ ସ୍ପ୍ରେ ବୋତଲ ନିଅନ୍ତୁ ।

    ସ୍ପ୍ରେ ପ୍ରସ୍ତୁତି
    ପୁଦିନା ପତ୍ରକୁ ଏକ କପ୍‌ ପାଣିରେ ପେଶି ନିଅନ୍ତୁ । ଏହି ମିଶ୍ରଣକୁ ଛାଣି ସ୍ପ୍ରେ ବୋତଲରେ ଭରି ନିଅନ୍ତୁ । ଏବେ ଏହି ମିଶ୍ରଣରେ ବୋକିଂ ସୋଢା ଓ ପୁଦିନା ତେଲ ପକାଇ ଭଲ ଭାବେ ମିଶାଇ ନିଅନ୍ତୁ । ଏହାକୁ କିଛି ସମୟ ପାଇଁ ଛାଡି ଦିଅନ୍ତୁ ।

    ଏମିତି କରନ୍ତୁ ପ୍ରୟୋଗ
    ଏହି ମିଶ୍ରଣକୁ ରୋଷେଇଘରେ ଥିବା ଆଲମିରା ଭିତରେ ଭଲ ଭାବେ ସ୍ପ୍ରେ କରି ନିଅନ୍ତୁ । ଏହାର ତୀବ୍ର ମହକରେ ଆଲମିରା ଭିତରେ ଥିବା କୀଟ ଆପେ ଆପେ ବାହାରି ଆସିବେ । ଏହାବ୍ୟତୀତ ଏହି ମିଶ୍ରଣକୁ କଟନ୍‌ରେ ଭିଜାଇ ଆଲମିରାରେ କୋଣ ରଖିପାରିବେ । କେବଳ ରୋଷେଇ ଘରେ ନୁହେଁ, ବରଂ ଅନ୍ୟ ସ୍ଥାନରେ ମଧ୍ୟ ପ୍ରୟୋଗ କରିପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook