Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବୈଧ PUCC ଓ ବୀମା ଦସ୍ତାବିଜ ବିନା ଗାଡ଼ି ଚଳାଇଲେ ଇ-ଚାଲାଣ

    Share on :
    ajab-Image
    Date: Sep 6, 2026    Views: 2414

    ଭୁବନେଶ୍ୱର: ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଉଥିବା ଗାଡ଼ିମାଲିକ ଓ ଚାଳକଙ୍କ ପାଇଁ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (PUCC) ଏବଂ ଯାନବୀମା ଦସ୍ତାବିଜ ରଖିବା ବାଧ୍ୟତାମୂଳକ। ଏହି ଦୁଇ ଦସ୍ତାବିଜ ବିନା ସର୍ବସାଧାରଣ ରାସ୍ତାରେ ଗାଡ଼ି ଚଳାଇଲେ ଏଣିକି ଇ-ଡିଟେକ୍ସନ ବ୍ୟବସ୍ଥା ଜରିଆରେ ଯାନ ଚିହ୍ନଟ କରାଯିବ।

    ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ସାଧାରଣ ଲୋକଙ୍କୁ ଏନେଇ ସଚେତନ କରାଯାଇଛି। ଗାଡ଼ି ଚଳାଇବା ସମୟରେ ବୈଧ PUCC ଓ ବୀମା ଦସ୍ତାବିଜ ନିଶ୍ଚିତ ଭାବେ ଉପଲବ୍ଧ ରଖିବାକୁ ପରାମର୍ଶ ଦିଆଯାଇଛି।

    ସୂଚନାନୁସାରେ, ସେପ୍ଟେମ୍ବର ୧ ତାରିଖରୁ ଇ-ଡିଟେକ୍ସନ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହି ବ୍ୟବସ୍ଥାରେ ଇଲେକ୍ଟ୍ରୋନିକ୍‌ ପଦ୍ଧତିରେ ରାସ୍ତାରେ ଚଳାଚଳ କରୁଥିବା ଯାନଗୁଡ଼ିକୁ ଚିହ୍ନଟ କରାଯିବ। ଯାନର ଆବଶ୍ୟକ ଦସ୍ତାବିଜ ବୈଧ ନଥିଲେ କିମ୍ବା ଦସ୍ତାବିଜ ନଥିବା ଜଣାପଡ଼ିଲେ, ସମ୍ପୃକ୍ତ ଯାନ ବିରୋଧରେ ଇ-ଚାଲାଣ ଜାରି କରାଯିବ।

    Maximum 500 characters

    ତାଜା ଖବର View all

    Find Us on Facebook