Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସରକାର କମାଇବେ PUCC ଜରିମାନା ଦର

    Share on :
    ajab-Image
    Date: Jan 11, 2026    Views: 2982

    ପ୍ରଦୂଷଣ ଫାଇନ ବଢ଼ାଇ ଦେଇଥିଲା ସମସ୍ତଙ୍କ ଟେନସନ। କିଏ ୧୦ ହଜାର ତ କିଏ ୬୦ ହଜାର ଟଙ୍କା ଫାଇନ୍ ଦେଖି ଚିନ୍ତିତ ଥିଲେ। କିନ୍ତୁ ଗାଡ଼ି ମାଲିକଙ୍କ ସବୁ ଚିନ୍ତା ଦୂର କରିଛନ୍ତି ସରକାର । ପ୍ରଦୂଷଣ ସାର୍ଟିଫିକେଟ୍ ପାଇଁ ସମୟସୀମା ତ ମାର୍ଚ୍ଚ ଶେଷ ଯାଏଁ ବଢ଼ାଯାଇଛି, ତା'ସହ ଆଗକୁ ମୋଟା ଫାଇନ ଲାଗିବ ନାହିଁ ବୋଲି ସ୍ପଷ୍ଟ ସୂଚନା ଦେଇଛନ୍ତି, ପରିବହନ ମନ୍ତ୍ରୀ ।

    ଆଉ ୧୦ ହଜାର ନୁହେଁ ଦୁଇ କିମ୍ବା ତିନି ହଜାର ଟଙ୍କା ହେବ PUCC ଜୋରିମାନା । ଲୋକଙ୍କ ଆର୍ଥିକ ବୋଝ ଦେଖି ଜୋରିମାନା କମାଇବାକୁ ବିଚାର କରୁଛି ପରିବହନ ବିଭାଗ । ଏଥିପାଇଁ ଦେଶର ବିଭିନ୍ନ ରାଜ୍ୟରେ ଥିବା PUCC ଜୋରିମାନା ରାଶିକୁ ତର୍ଜମା କରୁଛି ବିଭାଗ । କିଛି ଦିନ ତଳେ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ PUC ସାର୍ଟିଫିକେଟ ଜୋରିମାନାକୁ କୋହଳ କରିବା ସହ ଟୋଲ ଗେଟ ଯାଞ୍ଜ ବେଳେ କଟକଣା କୋହଳ ପରେ PUCCକୁ ନେଇ ଥମୁନି ରାଜନୀତି ।

    ଅନ୍ୟପଟେ ଛାତ୍ର ବିଜେଡି ପରେ ଆଜି ସାଇକେଲ ରାଲି କରି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଥିଲା ଯୁବ କଂଗ୍ରେସ । ପଲ୍ୟୁସନ ସେଣ୍ଟର ଏବେ ପିକନିକ ସ୍ପଟ କହି କଟାକ୍ଷ କରିଛି ବିଜେଡି । ତେବେ ୧୦ ହଜାର ଟଙ୍କା ଜୋରିମାନା ଲାଗୁକରିଥିବା ଲୋକ ବେଶି ପାଟି କରୁଛନ୍ତି କହି ବିରୋଧୀକୁ ଟାର୍ଗେଟ କରିଛନ୍ତି ପରିବହନ ମନ୍ତ୍ରୀ ।

    ୨୦୧୯ରେ ମୋଟର ଭେଇକିଲ ଆକ୍ଟରେ ସଂଶୋଧନ କରି PUCC ଫାଇନକୁ ୨ ହଜାରରୁ ୧୦ ହଜାର କରିଥିଲେ କେନ୍ଦ୍ର ସରକାର । ତେବେ ଉତ୍ତର ପ୍ରଦେଶ ମଧ୍ୟପ୍ରଦେଶ କେରଳ ଓ ପଡୁଚେରୀରେ PUCC ଫାଇନକୁ ୧୦ ହଜାରରୁ କମାଇଛନ୍ତି ସେଠାକାର ସରକାର । ତେଣୁ ଏ ସବୁ ରାଜ୍ୟର ତଥ୍ୟ ସଂଗ୍ରହ କରି ରାଜ୍ୟ ସରକାର ଫାଇନ କମାଇବା ନେଇ ତୁରନ୍ତ ନିଷ୍ପତ୍ତି ନେଇପାରନ୍ତି

    ଏହା ଭିତରେ ଶନିବାରଠାରୁ ପଲ୍ୟୁସନ ସେଣ୍ଟର ଗୁଡିକରେରେ ଗ୍ରୀନ ଷ୍ଟିକର ମିଳିବା ନେଇ ବିଭାଗ କହିଥିଲେ ବି ଏପର୍ଯ୍ୟନ୍ତ ମିଳିନି ଗ୍ରୀନ ଷ୍ଟିକର । ତେବେ ଯାଞ୍ଜ ଅଧିକାରୀ ମାନେ ଜାଣିବା ପାଇଁ କେବଳ ଗ୍ରୀନ ଷ୍ଟିକର ବ୍ୟବସ୍ଥା କରାଯାଇଥିବାରୁ ଚାଳକ ଦ୍ବନ୍ଦରେ ନ ରହିବାକୁ ଅପିଲ କରିଛନ୍ତି ପରିବହନ ମନ୍ତ୍ରୀ ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook