Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି, BS-VI ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ବୈଧ ରହିବ PUC

    Share on :
    ajab-Image
    Date: Nov 20, 2026    Views: 3036

    ନୂଆଦିଲ୍ଲୀ: ପ୍ରଦୂଷଣ ସାର୍ଟିଫିକେଟ୍ ନେଇ ଆସିଲା ନୂଆ ନିୟମ । ଅବଧିରେ ଆସିଲା ବଡ଼ ପରିବର୍ତ୍ତନ ।ଟ୍ ଏଣିକି ନୂଆ BS-ସିକ୍ସ ଗାଡ଼ି ପାଇଁ ୩ ବର୍ଷ ପର୍ଯ୍ୟନ୍ତ ମିଳିବ PUC ସାର୍ଟିଫିକେ । କିନ୍ତୁ ପୁରୁଣା ଗାଡ଼ି ପାଇଁ ଜାରି ରହିବ ଯାଞ୍ଚ । କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଏହି ନୂଆ ବ୍ୟବସ୍ଥା । ଏଣିକି ସବୁ ଗାଡ଼ି ପାଇଁ ସମାନ ସମୟରେ ପଲ୍ୟୁସନ୍ ସାର୍ଟିଫିକେଟ୍ ନବୀକରଣ କରିବାକୁ ପଡ଼ିବ ନାହିଁ । ଗାଡ଼ିର ଅବଧି, ଏମିସନ୍ ଷ୍ଟାଣ୍ଡାର୍ଡ ଓ ବ୍ୟବହାର ଅନୁସାରେ ନିର୍ଦ୍ଧାରିତ ହେବ PUC ସାର୍ଟିଫିକେଟ୍ ର ବୈଧତା ।

    ତେବେ ଏହାର ବଡ଼ ଫାଇଦା ପାଇପାରିବେ BS-ସିକ୍ସ ଗାଡ଼ି କିଣିଥିବା ମାଲିକ। ପୂର୍ବରୁ ପଞ୍ଜୀକୃତ ତାରିଖଠାରୁ ୬ ବର୍ଷ ପର୍ଯ୍ୟନ୍ତ ଅବଧି ଥିବା BS-ସିକ୍ସ ଗାଡ଼ିଗୁଡ଼ିକର PUC ବୈଧତା ଏକ ବର୍ଷ ଥିଲା । କିନ୍ତୁ ଏହି ବୈଧତାକୁ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ସେହିପରି ୬ ବର୍ଷରୁ ଅଧିକ ଓ ୧୦ ବର୍ଷ ପର୍ଯ୍ୟନ୍ତ ପୁରୁଣା BS-ସିକ୍ସ ଗାଡ଼ି ପାଇଁ ମିଳିବ ଏକ ବର୍ଷର ବୈଧତା ।

    ଆଉ ୧୦ ବର୍ଷରୁ ଅଧିକ ପୁରୁଣା ଗାଡ଼ିର PUC ପ୍ରତି ୬ ମାସରେ ନବୀକରଣ କରିବାକୁ ପଡ଼ିବ। ସେପଟେ ପରିବହନ ଗାଡ଼ି ପାଇଁ ମଧ୍ୟ ବଦଳିଛି ନିୟମ । ୬ ବର୍ଷ ପର୍ଯ୍ୟନ୍ତ କାଗଜପତ୍ର ଅବଧି ଥିବା BS-ସିକ୍ସ ପରିବହନ ଗାଡ଼ିକୁ ୨ ବର୍ଷର PUC ବୈଧତା ମିଳିବ। ୬ରୁ ଅଧିକ ଓ ୧୦ ବର୍ଷ ପର୍ଯ୍ୟନ୍ତ ଗାଡ଼ି ପାଇଁ ବୈଧତା ରହିବ ଏକ ବର୍ଷ ।

    କିନ୍ତୁ ୧୦ ବର୍ଷରୁ ଅଧିକ ପୁରୁଣା BS-ସିକ୍ସ ପରିବହନ ଗାଡ଼ିକୁ ପ୍ରତି ୬ ମାସରେ ପଲ୍ୟୁସନ୍ ଟେଷ୍ଟ କରାଇ ସାର୍ଟିଫିକେଟ୍ ନବୀକରଣ କରିବାକୁ ପଡ଼ିବ । ଅନ୍ୟପଟେ ପୁରୁଣା ଏମିସନ୍ ଷ୍ଟାଣ୍ଡାର୍ଡର ଗାଡ଼ି ପାଇଁ ମଧ୍ୟ ନିୟମ କଡ଼ା ହୋଇଛି । BS-ୱାନ, BS-ଟୁ ଓ BS-ଥ୍ରୀ ଗାଡ଼ି ପାଇଁ PUC ବୈଧତା ମାତ୍ର ୩ ମାସ ରହିବ । ସେହିପରି BS-IV ଗାଡ଼ି ପାଇଁ ଏହି ଅବଧି ୬ ମାସ ରହିବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook