Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    "ବନ୍ୟା ଏକ ପ୍ରାକୃତିକ ବିପର୍ଯ୍ୟୟ , ଏହା ମନୁଷ୍ୟକୃତ ହୋଇପାରେନାହିଁ :ପୃଥ୍ବୀରାଜ ହରିଚନ୍ଦନ

    Share on :
    ajab-Image
    Date: Nov 11, 2026    Views: 2367

    ଗଞ୍ଜାମ ଜିଲ୍ଲାରେ ହୋଇଥିବା ବନ୍ୟା ମନୁଷ୍ୟକୃତ ବୋଲି ଚର୍ଚ୍ଚା ହେବା ପରେ ଏହା ଉପରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ନବୀନଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।

    "ବନ୍ୟା ଏକ ପ୍ରାକୃତିକ ବିପର୍ଯ୍ୟୟ , ଏହା ମନୁଷ୍ୟକୃତ ହୋଇପାରେନାହିଁ । ନବୀନ ସରକାର ଅମଳରେ ଦୀର୍ଘ ଦିନର ଗଞ୍ଜାମକୁ ଅବହେଳା ପାଇଁ ଏପରି ସ୍ଥିତି ହୋଇଛି । ରିଲିଫ ଓ ପୁନରୁଦ୍ଧାର କାମ ଜୋରଦାର ଚାଲିଛି । ୭୨ ଘଣ୍ଟା ଭିତରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ପ୍ରାୟ ୨୦୦ ରାସ୍ତାକୁ ଗାଡ଼ି ଚଳାଚଳ ଯୋଗ୍ୟ ହୋଇଛି ।"

    ତେବେ ଗଞ୍ଜାମର ବନ୍ୟା କେବଳ ତତ୍କାଳୀନ ବିପର୍ଯ୍ୟୟ ହୋଇ ରହିବ ନା ଏଥର ଏହାର ସ୍ଥାୟୀ ସମାଧାନ ପାଇଁ ସରକାର ନେବେ ଠୋସ୍ ପଦକ୍ଷେପ ପଚାରିଛନ୍ତି ଭକ୍ତ । ଗଞ୍ଜାମରେ ବନ୍ୟା ବିପର୍ଯ୍ୟୟ ପରେ ଏବେ ସବୁଠାରୁ ବଡ଼ ପ୍ରଶ୍ନ ,ଏହା କେବଳ ପ୍ରକୃତିର ପ୍ରକୋପ ଥିଲା, ନା ଜଳ ପରିଚାଳନାରେ ତ୍ରୁଟି ଏହାକୁ ଆହୁରି ଉଗ୍ର କଲା ? ଏହି ପ୍ରଶ୍ନ ଉଠାଇ ସିଧାସଳଖ ସରକାରଙ୍କୁ ଘେରିଛି କଂଗ୍ରେସ ।

    Maximum 500 characters

    ରାଜନୀତି View all

    Find Us on Facebook