Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆଜି ପ୍ରପୋଜ୍ ଡେ

    Share on :
    ajab-Image
    Date: Feb 8, 2026    Views: 2327

    ଭୁବନେଶ୍ୱର: ଶନିବାର ବେଶ୍ ଆନନ୍ଦରେ ସରିଲା ଗୋଲପ ଦିବସ । ପରସ୍ପରକୁ ଗୋଲାପ ଦେଇ ବାଣ୍ଟିଲେ ପ୍ରେମ । ସେଥିପାଇଁ ଫୁଲ ବଜର ହୋଇଉଠିଥିଲା ଚଳଚଞ୍ଚଳ । ଖାଲି ସତସତିଆ ଫୁଲ କାହିଁକି ଉଲ୍ରେ ବୁଣା ହୋଇଥିବା ଗୋଲାପର ମଧ୍ୟ ରହିଥିଲା ଢେର୍ ଆଦର । ଯାହା ପ୍ରକୃତ ଗୋଲାପ ଭଳି ଦେଖାଯାଉଥିଲା । ଗୋଲାପ ଦିଆନିଆରୁ ସରିଥିଲା ରୋଜ୍ ଡେ । ରବିବାର ପ୍ରେମ ସପ୍ତାହର ଦ୍ୱିତୀୟ ଦିନ ଅର୍ଥାତ୍ ଆବେଦନ ଦିବସ (ପ୍ରପୋଜ୍ ଡେ) । ଆଜି ଅନେକ ସାରା ପ୍ରତିଶ୍ରୁତି ଦେଇ ମନର ଭାବନାକୁ ବଢ଼ିବେ ନିଜ ପ୍ରିୟ ମଣିଷ ନିକଟରେ । କିଏ ଭଗବାନଙ୍କୁ ସାକ୍ଷୀ ରଖି ପ୍ରେମ ନିବେଦନ କରିବେ ତ କିଏ ବଡ଼ ରେସ୍ତୋରାଁ ଭିତରେ । ପାର୍କ, କଫି ସପ୍, କଲେଜ କ୍ୟାମ୍ପସ ଓ ସାର୍ବଜନୀନ ସ୍ଥାନଗୁଡ଼ିକରେ ପ୍ରେମର ଭାଷା ଆଜି ଖୋଲିକରି ପ୍ରକାଶ କରିବେ ପ୍ରେମୀଯୁଗଳ । ଅନେକ ଯୁବକ-ଯୁବତୀ ଦୀର୍ଘ ସମୟ ଧରି ମନରେ ଲୁଚାଇ ରଖିଥିବା ଭାବନାକୁ ଆଜି ସାହାସର ସହ କହିବେ । ଏହି ଦିନଟି ରବିବାର ପଡୁଥିବାରୁ ପ୍ରେମୀଯୁଗଳଙ୍କ ଭିତର ଉତ୍ସାହ ଆହୁରି ଦୁଇଗୁଣିତ ହୋଇଯାଇଛି ।
    ଅନ୍‌ଲାଇନ୍ ଅର୍ଡର ପହଞ୍ଚୁଛି ପ୍ରେମ ଉପହାର ଭାଲେଣ୍ଟାଇନ୍ ସପ୍ତାହ ପାଇଁ ଅନ୍‌ଲାଇନ୍ ଅର୍ଡରରେ ମିଳୁଛି ଭଳିକି ଭଳି ଉପହାର । ସବୁଠାରୁ ବଡ଼ କଥା ହେଉଛି ଏହାକୁ ଅଡର କରିବାର ୧୦ ମିନିଟ୍ ଭିତରେ ଘରେ ଆସି ପହଞ୍ଚିଯାଉଛି । ଯାହାକୁ ପାଇ ପ୍ରେମିକା ହୋଇଯାଉଛନ୍ତି ଖୁସ୍ । ବିଶେଷକରି ଦୂରରେ ଥିବା ପ୍ରେମିକମାନେ ନିଜ ପ୍ରେମିକାଙ୍କ ଉଦ୍ଦେଶ୍ୟରେ ଏହାକୁ ଅଧିକ ଅଡର କରୁଛନ୍ତି । ଯେଉଁଥିରେ ଫୁଲ ତୋଡ଼ାଠୁ ଆରମ୍ଭ କରି ଚକୋଲେଟ୍, କଣ୍ଢେଇ, ମିଠା, ଅଳଙ୍କାର ସବୁକିଛି ଆସି ପହଞ୍ଚିଯାଉଛି । ତାହା ପୁଣି ସୁସଜ୍ଜିତ ବ୍ୟାଗ୍ ଭିତରେ ।

    Maximum 500 characters

    ବିଶେଷ View all

    Find Us on Facebook