Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆଜି ପ୍ରୋପୋଜ ଡେ

    Share on :
    ajab-Image
    Date: Feb 8, 2020    Views: 3189

    ଶୁକ୍ରବାର  ଗୋଲାପ ଦିଆନିଆ  ସରିଥିବାବେଳେ ଶନିବାର  ଚାଲିଛି ପ୍ରପୋଜ । ଗୋଲାପ ଦିଆନିଆ ପରେ ଏବେ ପ୍ରେମ ନିବେଦନ ପାଳି । ନିଜ ପ୍ରେମକୁ ଶବ୍ଦରେ ବୟାନ କରିପାରୁନଥିବା ଅନେକ ପ୍ରେମିକ ପ୍ରେମିକା  ଆଜି ଦିନର ମୌକାକୁ ଉପଯୋଗ କରୁଛନ୍ତି ।  ବହୁତ ଉକ୍ରଣ୍ଠାର ସହିତ ଏହି ଦିନକୁ ଅପେକ୍ଷା କରିଥିଲେ ଅନେକ ପ୍ରେମିକ ପ୍ରେମିକା । ନୂଆ ନୂଆ ପ୍ରେମ କରୁଥିବା ପ୍ରେମୀଯୁଗୋଳଙ୍କ ପାଇଁ ଏହି ଦିନଟି  ଏକ ଖାସ ଉତ୍ସବ ପାଲଟିଛି ।  କେଇ ବର୍ଷ ହେବ ପ୍ରେମ ସପ୍ତାହର ଧାରା ଆରମ୍ଭ ହୋଇଥିବାବେଳେ ଆଜି ଅନେକ ପ୍ରେମ ନିବେଦନ କରୁଛନ୍ତି । ସୋସିଆଲ ମିଡିଆ ଯୁଗ ଚାଲିଥିବାରୁ କେହି କେହି ଆଜି ପରୋକ୍ଷରେ ହେଉ ଅବା ଥଟ୍ଟା ମଜାରେ ନିଜ ପ୍ରେମର ପରିପ୍ରକାଶ କରୁଛନ୍ତି । ଆଜି ଦିନକୁ ସ୍ମରଣୀୟ କରିବା ପାଇଁ ପାର୍କ, ରେଷ୍ଟୁରାଣ୍ଟ ଓ ସିନେମା ହଲରେ ପ୍ରେମୀ ଯୁଗୋଳଙ୍କ ଭିଡ଼ ଲାଗି ରହିଛି ।
    ହରପ୍ରିୟା ପୃଷ୍ଟି  

    Maximum 500 characters

    ବିଶେଷ View all

    Find Us on Facebook