ମୁଖ୍ୟ ଖବର
ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀ ଟିକରପଡା ପଞ୍ଚାୟତର ଗଙ୍ଗେଶ୍ୱରପୁର ନିକଟ ଦୟାନଦୀ ରେ ୬୩ କୋଟି ଟଙ୍କାର ଆନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ର ଭୂମି ପୂଜନ ହୋଇଯାଇଛି। ଭୂମି ପୂଜନ ଉତ୍ସବରେ ଏକାମ୍ର ବିଧାୟକ ବାବୁ ସିଂ, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ଭୁବନେଶ୍ୱର ବ୍ଲକ୍ ଅଧ୍ୟକ୍ଷ ନିରୁପମା ସାହୁ ଅତିଥିଭାବେ ଯୋଗଦେଇ ଏହି ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଶୁଭ ଦେଇଥିଲେ। ଏକାମ୍ର ବିଧାୟକ ବାବୁ ସିଂଙ୍କ ପ୍ରଚେଷ୍ଟାରେ ଉକ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା ।
ଏହି ଅବସରରେ ବିଧାୟକ ବାବୁ ସିଂ କହିଛନ୍ତି ଯେ ,ପ୍ରଗତି ପଥେ ଆମ ଏକାମ୍ର ନିର୍ବାଚନ ମଣ୍ଡଳୀ।ଏକାମ୍ର ନିର୍ବାଚନ ମଣ୍ଡଳୀ ଟିକରପଡା ପଞ୍ଚାୟତର ଗଙ୍ଗେଶ୍ୱରପୁର ନିକଟ ଦୟାନଦୀ ରେ ୬୩ କୋଟି ଟଙ୍କାର ଆନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପ ର ଭୂମି ପୂଜନ କରିଲୁ । ଏହି ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ବର୍ଷସାରା ଜଳ ସଂରକ୍ଷଣ, ଭୂତଳ ଜଳସ୍ତର ବୃଦ୍ଧି, ଜଳସେଚନ, ପାନୀୟ ଜଳ ଯୋଗାଣ, ଶିଳ୍ପ ଆବଶ୍ୟକତା ଏବଂ ବନ୍ୟା ନିୟନ୍ତ୍ରଣ କରିବା।ଅନ୍ତଃ ନଦୀ ଜଳ ସଂରକ୍ଷଣ ପ୍ରକଳ୍ପର ମୁଖ୍ୟ ବିଶେଷତା ହେଉଛି ନଦୀରୁ ବୃଥାରେ ଯାଉଥିବା ଜଳକୁ ସଂରକ୍ଷଣ କରିବା।କୃଷି କ୍ଷେତ୍ରରେ ଜଳସେଚନ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପାନୀୟ ଜଳ ସୁବିଧା ଏବଂ ମତ୍ସ୍ୟ ବିକାଶ।ଭୂତଳ ଜଳସ୍ତର ବୃଦ୍ଧି କରିବା ଏବଂ ବନ୍ୟା ପରିସ୍ଥିତିକୁ ନିୟନ୍ତ୍ରଣ କରିବା।ବର୍ଷସାରା ଜଳପ୍ରବାହ ସଂରକ୍ଷଣ କରି ଭୂତଳ ଜଳସ୍ତରର ପରିବର୍ତ୍ତନକୁ ହ୍ରାସ କରିବା, ପାନୀୟ ଜଳ, ଘରୋଇ, ଜଳସେଚନ, ଶିଳ୍ପ ଏବଂ ମତ୍ସ୍ୟ ବିକାଶ ଆବଶ୍ୟକତା ପୂରଣ କରିବା ଏବଂ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ଏହି ଯୋଜନା ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀ ସିଂ କହିଛନ୍ତି।
ଆଜିର ଏହି କାର୍ଯ୍ୟକ୍ରମରେ ସମସ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ଼ ସଭ୍ୟ,ମଣ୍ଡଳ ସଭାପତି, ଅରୁଣ ପୁରୋହିତ, ବିଭୂତି ପ୍ରଧାନ ଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।
Comments ସମସ୍ତ ମତାମତ