Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶା ଆସିବେ ପ୍ରିୟଙ୍କା ଗାନ୍ଧୀ

    Share on :
    ajab-Image
    Date: Jan 8, 2023    Views: 4012

    ଭୁବନେଶ୍ୱର: ଖୁବଶୀଘ୍ର ଓଡ଼ିଶା ଆସିବେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ । କଂଗ୍ରେସର ହାତ୍‌ ସେ ହାତ୍‌ ଯୋଡ଼ କାର୍ୟ୍ୟକ୍ରମରେ ହେବେ ସାମିଲ ପ୍ରିୟଙ୍କା । ୨ ମାସ ଧରି କଂଗ୍ରେସର ହାତ୍‌ ସେ ହାତ୍‌ ଯୋଡ଼ କାର୍ୟ୍ୟକ୍ରମ ଚାଲିବ । ଆସନ୍ତା ୯ ତାରିଖରୁ ଦେବଗଡ଼ରୁ ରାଜ୍ୟ କଂଗ୍ରେସର ଭାରତ ଯୋଡ଼ ପଦଯାତ୍ରା ପୁଣି ଆରମ୍ଭ ହେବ । ୧୫ଶହ କିଲୋମିଟର ଅତିକ୍ରମ କରିବ ପଦଯାତ୍ରା । ତୃଣମୂଳ ସ୍ତରକୁ ଯିବ କଂଗ୍ରେସ ।

    ଆଗାମୀ ନିର୍ବାଚନରେ ମିଶନ ୯୦କୁ ସଫଳ କରିବାକୁ ଲକ୍ଷ୍ୟ ରଖିଛି କଂଗ୍ରେସ । ପିସିସି ସଭାପତି ଶରତ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଦଳ ଧୀରେ ଧୀରେ ଅସ୍ତିତ୍ୱ ହରାଉଥିବାରୁ ପୂରୁଣା ନେତାମାନେ ଚିନ୍ତିତ ହୋଇପଡ଼ିଛନ୍ତି । ପୁଣିଥରେ ଦଳୀୟ ସ୍ଥିତିକୁ ମଜବୁତ କରିବାକୁ ବିଭିନ୍ନ କାର୍ୟ୍ୟକ୍ରମକୁ ଆପଣାଇ ଲୋକଙ୍କ ବିଶ୍ୱାସ ଭାଜନ ହେବାକୁ ଚେଷ୍ଟା କରୁଛି କଂଗ୍ରେସ ଦଳ ।

    Maximum 500 characters

    ରାଜନୀତି View all

    Find Us on Facebook