Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମନଇଚ୍ଛା ଭଡ଼ା ନେଇ ପାରିବେନି ଘରୋଇ ବସ୍

    Share on :
    ajab-Image
    Date: Jun 3, 2023    Views: 2720

    ଭୁବନେଶ୍ବର : ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ପୁରୀରେ ବସ୍ ଯାତ୍ରୀ ହନ୍ତସନ୍ତ ହୋଇଛି। ପୁରୀରୁ କଲିକତା ଅଭିମୁଖେ ଯାତ୍ରର କରୁଥିବା ସ୍ପେଶାଲ ବସ୍‌ ଗୁଡ଼ିକ ମନଇଚ୍ଛା ଭଡା ନେଉଛନ୍ତି। ଯାହା ଫଳରେ ବିପଦରେ ରହି ମଧ୍ୟ ଯାତ୍ରୀମାନେ ଶୋଷଣ ହେବକୁ ପଡୁଛି। ଏନେଇ ଜଣେ ଟ୍ବିଟ୍‌ର ୟୁଜର୍ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଓ ପରିବହନ ଅଧିକାରୀଙ୍କୁ ଦୃଷ୍ଟି ଆର୍କଷଣ କରିଛି। ଏହା ପରେ ଆକ୍ସନ୍ ମୋଡକୁ ଆସିଛି ପରିବହନ କମିଶନ।

    ଭୁବନେଶ୍ୱର, ବାଲେଶ୍ଵର, ପୁରୀ, କଟକର ଆରଟିଓ ଦଳ ଅଟକି ରହିଥିବା ଯାତ୍ରୀମାନଙ୍କ ପାଇଁ ବସ୍ ବ୍ୟବସ୍ଥା କରିଛନ୍ତି। ଯଦି କୌଣସି ବସ୍ ଅତିରିକ୍ତ ଭଡା ଆଦାୟ କରୁଛନ୍ତି ଏବଂ ପୁରୀ / ଭୁବନେଶ୍ୱରରୁ ପଶ୍ଚିମବଙ୍ଗ ଅଭିମୁଖେ ଯାତ୍ରା କରୁଥିବା ଲୋକଙ୍କୁ ହଇରାଣ କରୁଛନ୍ତି ତେବେ ବସ୍ ମାଲିକଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ନିର୍ଦେଶ ଜାରି କରିଛନ୍ତି। ତୁରନ୍ତ କାର୍ୟ୍ୟାନୁଷ୍ଠାନ ପାଇଁ ପରିବହନ କମିଶନର ଓ ଆର୍‌ଟିଓଙ୍କୁ ନିର୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ।

    Maximum 500 characters

    ତାଜା ଖବର View all

    Find Us on Facebook