Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ସମ୍ପର୍କରେ ଫାଟ: ଅଲଗା ହେଲେ ପୃଥ୍ବୀ-ଆକୃତି

    Share on :
    ajab-Image
    Date: Sep 18, 2026    Views: 2872

    ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୃଥ୍ୱୀ ସ’ ଓ ତାଙ୍କ ପ୍ରେମିକା ଆକୃତି ଅଗ୍ରୱାଲଙ୍କ ସମ୍ପର୍କରେ ଫାଟ ଦେଖାଦେଇଛି। ନିର୍ବନ୍ଧର ପ୍ରାୟ ୬ ମାସ ପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଆକୃତି ଗୁରୁବାର ସୋସିଆଲ ମିଡିଆରେ ଏକ ବିବୃତି ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଭବିଷ୍ୟତକୁ ନେଇ ଉଭୟଙ୍କ ଲକ୍ଷ୍ୟ ଓ ପରିସ୍ଥିତିରେ ପାର୍ଥକ୍ୟ ଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହା ଉଭୟଙ୍କ ସହମତିରେ ହୋଇଥିବା ସେ ସ୍ପଷ୍ଟ କରିଛନ୍ତି। ଏହି ବ୍ୟକ୍ତିଗତ ବିଷୟକୁ ନେଇ କୌଣସି ପ୍ରକାର ଅନୁମାନ କିମ୍ବା ଚର୍ଚ୍ଚା ନକରିବାକୁ ସେ ଅନୁରୋଧ କରିଛନ୍ତି।

    ପ୍ରକାଶଯୋଗ୍ୟ ଯେ ମାର୍ଚ୍ଚ ୮ ତାରିଖରେ ପୃଥ୍ୱୀ ଓ ଆକୃତି ନିଜ ନିର୍ବନ୍ଧ ଖବରକୁ ସାର୍ବଜନୀନ କରିଥିଲେ। ପୃଥ୍ୱୀ ସାମାଜିକ ଗଣମାଧ୍ୟମରେ ନିର୍ବନ୍ଧ ସମୟର ଅନେକ ଫଟୋ ସେୟାର କରିଥିଲେ। ଏଥିରେ ସେ ଆଣ୍ଠୁ ମାଡ଼ି ଆକୃତିଙ୍କୁ ପ୍ରସ୍ତାବ ଦେଉଥିବା ଏବଂ ଉଭୟେ ପରସ୍ପରକୁ ମୁଦି ଦେଖାଉଥିବାର ଫଟୋ ମଧ୍ୟ ଏଥିରେ ସାମିଲ ଥିଲା। ତେବେ ସମ୍ପର୍କ ବିଛିନ୍ନ ଘୋଷଣା ପରେ ପୃଥ୍ୱୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରୁ ଏହି  ଫଟୋଗୁଡ଼ିକୁ ହଟାଇ ଦେଇଛନ୍ତି। 

    Maximum 500 characters

    ଖେଳ ଖବର View all

    Find Us on Facebook