Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୬୮ ଛାତ୍ରୀଙ୍କୁ ଉଲଗ୍ନ କଲେ ପ୍ରିନ୍ସିପାଲ, କାରଣ କଣ ଜାଣନ୍ତୁ

    Share on :
    ajab-Image
    Date: Feb 15, 2020    Views: 5530

    ଭୁଜ: ଗୁଜରାଟର ଭୁଜ ସ୍ଥିତ ଏକ କଲେଜର ଛାତ୍ରୀ ନିବାସରେ ଘଟିଥିବା ଲଜ୍ଜାଜନକ ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି । କଲେଜ ପରିସରରେ ସାନିଟାରି ପ୍ୟାଡ ପଡ଼ିଥିବା ଦେଖିବାକୁ ମିଳିବା ପରେ ପ୍ରିନ୍ସିପାଲ ଛାତ୍ରୀମାନଙ୍କ ଋତୁସ୍ରାବ ଯାଞ୍ଚ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପ୍ରମାଣ ପାଇବା ପାଇଁ ସେ ଅନ୍ୟ ଶିକ୍ଷୟିତ୍ରୀଙ୍କ ସମ୍ମୁଖରେ ୬୮ ଜଣ ଛାତ୍ରୀଙ୍କୁ ଉଲଗ୍ନ ହେବାକୁ କହିଥିଲେ । ଛାତ୍ରୀମାନଙ୍କୁ ଏଥିପାଇଁ ବାଧ୍ୟ କରାଯାଇଥିଲା ଏବଂ ଏହି ଘଟଣାରେ ଛାତ୍ରୀମାନେ ଗଭୀର ମାନସିକ ଆଘାତ ପାଇଛନ୍ତି । ଘଟଣା ପ୍ରଘଟ ହେବାପରେ କଚ୍ଛ ବିଶ୍ୱବିଦ୍ୟାଳୟ ପ୍ରଶାସନ ୫ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି । ତଦନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁଳପତି ଦର୍ଶନା ଢୋଲକିୟା କହିଛନ୍ତି । କୁଳପତିଙ୍କ ନେତୃତ୍ୱରେ ଏକ ଟିମ୍ ମଧ୍ୟ ଉକ୍ତ କଲେଜ ପରିଦର୍ଶନ କରି ଛାତ୍ରୀମାନଙ୍କ ସହିତ ଆଲୋଚନା କରିଛନ୍ତି ।
    ଏହି ମାମଲାରେ ଜାତୀୟ ମହିଳା କମିସନ ହସ୍ତକ୍ଷେପ କରିବା ସହ ତୁରନ୍ତ ଏହାର ପୁଲିସ ଯାଞ୍ଚ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଶୁକ୍ରବାର ଅପରାହ୍ନରୁ ପୁଲିସ ତଦନ୍ତ ଆରମ୍ଭ ହୋଇଥିବା ଜଣାପଡ଼ିଛି । ମହିଳା କମିସନ ଏହି ଘଟଣା ଘଟିଥିବା ସହଜାନନ୍ଦ ମହିଳା ମହାବିଦ୍ୟାଳୟର ଟ୍ରଷ୍ଟି ଏବଂ ପ୍ରିନ୍ସିପାଲ ରିତା ରାନିଗାଙ୍କୁ ଏ ବାବଦରେ କୈଫିୟତ ଦେବାକୁ କହିଛନ୍ତି । ଅନେକ ମହିଳା ସଂଗଠନ ଏଭଳି ଅମାନବୀୟ କାର୍ଯ୍ୟର ପ୍ରତିବାଦ କରିବା ସହ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ସରକାରଙ୍କଠାରେ ଦାବି କରିଛନ୍ତି । ଏହାକୁ ନେଇ ଅଭିଭାବକ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook