Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଜାରି ହେଉ: ଭକ୍ତ ଦାସ

    Share on :
    ajab-Image
    Date: Nov 3, 2021    Views: 4863

    ଭୁବନେଶ୍ୱର:  ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ୟ୍ୟସ୍ତ। ମହିଳାମାନେ ଅସୁରକ୍ଷିତ। ଏପରି ସ୍ଥିତିରେ ବିଜେଡ଼ି ଶାସନକୁ ଭାଙ୍ଗି ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି କରିବା ପାଇଁ ଦାବି କଲେ ଏଆଇସିସି ସମ୍ପାଦକ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ। ମମିତା ହତ୍ୟା ପ୍ରସଙ୍ଗରେ କହିଲେ କ୍ୟାପେଟନଙ୍କୁ  ସୁରକ୍ଷା ଦେଇଛି ଉପର ମହଲା। ସରକାର ଅପରାଧୀକୁ ବଞ୍ଚାଇବାକୁ ଚେଷ୍ଟା  କରିଛନ୍ତି ।

    ମମତାର ଅପରାଧୀକୁ ଘଣ୍ଟ ଘୋଡାଇ ରଖିବା ସ୍ପଷ୍ଟ ବୟାନ କରୁଛି ରାଜ୍ୟରେ ଆଇନ୍‌ କାନୁନ୍  ଭ୍ରଷ୍ଟ ହୋଇସାରିଛି। ଏବଂ ଆଇନ୍‌ କାନୁନ୍‌ର ସୁରକ୍ଷା କରିବା ରାଜ୍ୟବାସୀଙ୍କ ପାଇଁ ଆବଶ୍ୟକତା ଅଛି ତେଣୁ  ବିଜେଡି ଶାସନକୁ ବରଖାସ୍ତ କରାଯାଉ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ କହିଛନ୍ତି।  ସେ ଅପିଲ କରିଛନ୍ତି ଯେ ମମିତାକୁ ଯେ ପର୍ୟ୍ୟନ୍ତ ନ୍ୟାୟ ନ ମିଳିଛି ସେ ପର୍ୟ୍ୟନ୍ତ  ବିଜେଡିର ନେତା, ମନ୍ତ୍ରୀ ଏବଂ ଏମଏଲମାନଙ୍କ କାର୍ୟ୍ୟକ୍ରମକୁ ବରଖାସ୍ତ କରାଯାଉ । ମୁଖ୍ୟମନ୍ତ୍ରୀଙ୍କ  ସମ୍ପୂର୍ଣ୍ଣ କାର୍ୟ୍ୟକ୍ରମକୁ ଆମେ ବିରୋଧ କରୁଛୁ ବୋଲି ଭକ୍ତ ଦାସ କହିଛନ୍ତି।

    ଅନ୍ୟପଟେ  ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଲିଙ୍କ ଥିବା ନେଇ ରାଜ୍ୟ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ଗୋଟିଏ ପଟେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିରୋଧି ଅଡି ବସିଥିବାବେଳେ ଏନେଇ ପୁଣିଥରେ ମୁହଁ ଖୋଲିଛନ୍ତି ମନ୍ତ୍ରୀ ଦିବ୍ୟଶଙ୍କର ।
    ବିରୋଧୀଙ୍କ ବହିଷ୍କାର ଦାବି ନେଇ ମୁହଁ ଖୋଲିଲେ ଦିବ୍ୟଶଙ୍କରତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରାଯାଉଛି । ତାଙ୍କ ଉପରେ ଆରୋପ ଲଗାଉଥିବା ବିରୋଧି ଉପଯୁକ୍ତ ପ୍ରମାଣ ଦିଅନ୍ତୁ । ଶହ ଶହ ମିଥ୍ୟା କେବେ ହେଲେ ସତକୁ ଘୋଡାଇ ପାରିବନି ବୋଲି କହିଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ । ପୂର୍ବରୁ ମଧ୍ୟ ନିଜ ଉପରେ ଆସିଥିବା ଅଭିଯୋଗର ପ୍ରମାଣ ମାଗିଥିଲେ ମନ୍ତ୍ରୀ ।

    Maximum 500 characters

    ରାଜନୀତି View all

    Find Us on Facebook