Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଓଡ଼ିଶାରୁ ଦ୍ରୌପଦୀ ଓ ଯଶୱନ୍ତଙ୍କୁ ମିଳିଛି କେତୋଟି ଲେଖାଏଁଁ ଭୋଟ ଜାଣନ୍ତୁ

    Share on :
    ajab-Image
    Date: Jul 22, 2022    Views: 5860

    ଭୁବନେଶ୍ବର: ଓଡ଼ିଶାରେ କଂଗ୍ରେସ ବ୍ୟତୀତ ଅନ୍ୟ କୌଣସି ଦଳର ବିଧାୟକ କରିନାହାନ୍ତି କ୍ରସ ଭୋଟିଂ । ରାଜ୍ୟରେ ମୋଟ ବିଧାୟକଙ୍କ ସଂଖ୍ୟା ୧୪୭ ଥିବାବେଳେ ଭୋଟ ଦେଇ ନଥିଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ୧୪୬ ଭୋଟରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ୧୩୭ ଭୋଟ  ମିଳିଥିବାବେଳେ ବିରୋଧୀଦଳ ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କୁ ମିଳିଛି ୯ଟି ଭୋଟ ।

    ରାଜ୍ୟରେ ବିଜେଡି ବିଧାୟକଙ୍କ ସଂଖ୍ୟା ୧୧୨ ଥିବାବେଳେ ବିଜେପି ବିଧାୟକଙ୍କ ସଂଖ୍ୟା ରହିଛି ୨୨ । ବିଜେଡିରୁ ବହିଷ୍କୃତ ସ୍ବାଧୀନ ବିଧାୟକ ଅଛନ୍ତି ପ୍ରଦୀପ ପାଣିଗ୍ରାହୀ । କ୍ରସ ଭୋଟିଂ କରିଥିବା କଂଗ୍ରେସ ବିଧାୟକଙ୍କ ସଂଖ୍ୟା ମିଶିବାରୁ ଦ୍ରୌପଦୀ ପାଇଛନ୍ତି ମୋଟ ୧୩୭ ଭୋଟ ।  କଂଗ୍ରେସର ୯ ବିଧାୟକ ଥିବାବେଳେ ସିପିଏମର ଅଛନ୍ତି ଜଣେ ବିଧାୟକ । ଜାତୀୟସ୍ତରରେ ହୋଇଥିବା ବୁଝାମଣା ଅନୁସାରେ ସିପିଏମ ବିଧାୟକ ଦେଇଛନ୍ତି ସିହ୍ନାଙ୍କୁ ଭୋଟ । ସେପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ କ୍ରସ ଭୋଟିଂ କରିଥିବାବେଳେ ସିପିଏମର ଗୋଟିଏ ଭୋଟ ଯୋଗୁଁ ସିହ୍ନା ପାଇଛନ୍ତି ମୋଟ ୯ଟି ଭୋଟ ।

    ରାଜ୍ୟର ପ୍ରତି ବିଧାୟକଙ୍କ ଭୋଟ ମୂଲ୍ୟ ରହିଛି ୧୪୯ । ଫଳରେ ଦ୍ରୌପଦୀ ପାଇଥିବା ଭୋଟ ମୂଲ୍ୟ ରହିଛି ୨୦ ହଜାର ୪୧୩ । ଯଶଓ୍ବନ୍ତ ସିହ୍ନା ପାଇଥିବା ଭୋଟ ମୂଲ୍ୟ ରହିଛି ୧ ହଜାର ୩୪୧ । ବିଜେପି ବିଧାୟକ କ୍ରସ ଭୋଟିଂ କରିଥିବା ନେଇ କଂଗ୍ରେସ ଯେଉଁ ଅଭିଯୋଗ କରିଥିଲା ତାହା ଭୁଲ୍ ପ୍ରମାଣିତ ହୋଇଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook