Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାଷ୍ଟ୍ରପତି ପ୍ରାର୍ଥୀ ମିଳିବା ବିରୋଧୀଙ୍କ ପାଇଁ କଷ୍ଟକର

    Share on :
    ajab-Image
    Date: Jun 21, 2022    Views: 7296

    ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ  ପ୍ରାର୍ଥୀ ଖୋଜିବାରେ ଲାଗିଛନ୍ତି  । ହେଲେ ପ୍ରାର୍ଥୀ ମିଳିବା କଷ୍ଟକର ହୋଇଯାଇଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କ ଦ୍ବାରା ପ୍ରସ୍ତାବିତ ପ୍ରାର୍ଥୀମାନେ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି  । ବିରୋଧୀ ଦଳଗୁଡିକ ପକ୍ଷରୁ ହୋଇଥିବା ବୈଠକରେ ୩ଜଣଙ୍କ ନାଁ ଦେଇଥିଲେ  । ହେଲେ ଜଣେ ପରେ ଜଣେ ସମସ୍ତେ ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି  ।

    ପ୍ରଥମେ ଏନସିପି ମୁଖ୍ୟ ଶରଦ ପୱାର ପରେ ନ୍ୟାସନାଲ କନଫରେନ୍ସ  ନେତା ଫାରୁକ ଅବଦୁଲ୍ଲା ଆଉ ଏବେ ଗୋପାଳକୃଷ୍ଣ ଗାନ୍ଧି ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି  । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳକୃଷ୍ଣ ସୋମବାର ବିରୋଧୀ ଦଳ ନେତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି  ।

    ସେ କହିଛନ୍ତି, ମୁଁ ସେମାନଙ୍କ ପାଖରେ କୃତଜ୍ଞ, କିନ୍ତୁ ଏହା ଉପରେ ଗଭୀର ଚିନ୍ତନ ପରେ ଅନୁରୋଧକୁ ପ୍ରତ୍ୟାକ୍ଷାନ କରିଛି । ବିରୋଧୀଙ୍କ ପ୍ରାର୍ଥୀ ଏପରି ହେବା ଆବଶ୍ୟକ ଯିଏ ବିରୋଧୀ ଏକତା ସହ ରାଷ୍ଟ୍ରୀୟ ସ୍ତରରେ ସର୍ବ ସହମତି ସୃଷ୍ଟି କରିପାରିବେ  । ମୋ ଠାରୁ ଅନେକ ଉତ୍ତମ ବ୍ୟକ୍ତି ଅଛନ୍ତି  । ଏହି କାରଣରୁ ମୁଁ  ବିରୋଧୀଙ୍କୁ ଅନୁରୋଧ କରୁଛି କି ଭଲ ପ୍ରାର୍ଥୀ ଚୟନ କରନ୍ତୁ  । ଏପରି ସ୍ଥିତିରେ ବିରୋଧୀଙ୍କ ପ୍ରାର୍ଥୀ କିଏ ହେବ ତାକୁ ନେଇ ଆଶଙ୍କା ଦେଖାଯାଇଛି  ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook