Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନାନାଙ୍କ ବିୟୋଗରେ ଶୋକ ବ୍ୟକ୍ତ କଲେ ରାଷ୍ଟ୍ରପତି

    Share on :
    ajab-Image
    Date: Oct 8, 2026    Views: 3672

    ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ବିୟୋଗରେ ଭାରତୀୟ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ବିୟୋଗ ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୋକ ପ୍ରକାଶ କରିଛନ୍ତି। ନାନାଙ୍କ ନିଖୁଣ ଅଭିନୟକୁ ସ୍ମରଣ କରି ରାଷ୍ଟ୍ରପତି କହିଛନ୍ତି ଯେ, ସେ ନିଜ ଅଭିନୟ ମାଧ୍ୟମରେ ମାନବ ଜୀବନର ବିଭିନ୍ନ ଅନୁଭୂତିକୁ ପରଦାରେ ଜୀବନ୍ତ କରିଥିଲେ। ତାଙ୍କ ଅଭିନୀତ ଚରିତ୍ରଗୁଡ଼ିକ ଦର୍ଶକଙ୍କ ମନରେ ଦୀର୍ଘଦିନ ପାଇଁ ଛାପ ଛାଡ଼ିଛି ବୋଲି ସେ କହିଛନ୍ତି। ରାଷ୍ଟ୍ରପତି ନାନା ପାଟେକରଙ୍କ ସମାଜସେବା ପ୍ରତି ପ୍ରତିବଦ୍ଧତାକୁ ମଧ୍ୟ ସ୍ମରଣ କରିଛନ୍ତି। ଗରିବ ଓ ଅବହେଳିତ ବର୍ଗଙ୍କ ପ୍ରତି ତାଙ୍କର ଚିନ୍ତା ଥିଲା ବୋଲି ରାଷ୍ଟ୍ରପତି କହିବା ସହ ତାଙ୍କ ବିୟୋଗ ଭାରତୀୟ ସିନେମା ପାଇଁ ଏକ ବଡ଼ କ୍ଷତି ବୋଲି କହିଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook