Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସରକାର ପ୍ରକୃତ ସାମାଜିକ ନ୍ୟାୟ ପ୍ରତି ସମର୍ପିତ ଅଛନ୍ତି:ରାଷ୍ଟ୍ରପତି

    Share on :
    ajab-Image
    Date: Jan 28, 2026    Views: 3091

    ନୂଆଦିଲ୍ଲୀ:  ସଂସଦର ବଜେଟ ଅଧିବେଶନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ଆରମ୍ଭ ହୋଇଛି । ଅଧିବେଶନ ଆରମ୍ଭରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସରକାରଙ୍କ ସଫଳତାର ରିପୋର୍ଟ ଦେଇ କହିଛନ୍ତି, ସରକାର ଏକ ବିକଶିତ ଭାରତ ପାଇଁ ସମୃଦ୍ଧ ଚାଷୀଙ୍କୁ ପ୍ରଥମ ପ୍ରାଥମିକତା ଭାବରେ ଦେଖୁଛନ୍ତି । ତେଣୁ ସରକାର ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆରମ୍ଭ କରିଛନ୍ତି । ରାଷ୍ଟ୍ରପତି ଗ୍ରାମାଞ୍ଚଳରେ ବିକାଶ ଓ ନିଯୁକ୍ତି ପାଇଁ ବିକଶିତ ଭାରତ - ଜୀ ରାମ ଜୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି । ଏହାକୁ ନେଇ ବିରୋଧୀ ସଦସ୍ୟମାନେ ବିରୋଧ ପ୍ରଦର୍ଶନ କରିଥିଲେ । ବିଭିନ୍ନ ସ୍ଲୋଗାନ ଓ ହୋହାଲ୍ଲା କରିଥିଲେ । ରାଷ୍ଟ୍ରପତି ଦାବି କରିଥିଲେ ଯେ, ସରକାର ପ୍ରକୃତ ସାମାଜିକ ନ୍ୟାୟ ପ୍ରତି ସମର୍ପିତ ଅଛନ୍ତି ।

    ରାଷ୍ଟ୍ରପତି କହିଛନ୍ତି, ୟୁରୋପୀୟ ସଂଘ ସହିତ ଏଫ୍‌ଟିଏ ସେବା ଓ ଉତ୍ପାଦନ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ ତଥା ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ସରକାର ଦୁର୍ନୀତି ଓ ସ୍କାମ୍ ମୁକାବିଲା କରିବାରେ ସଫଳ ହୋଇଛନ୍ତି । ସାର୍ବଜନୀନ ପାଣ୍ଠିର ଉପଯୁକ୍ତ ବ୍ୟବହାର ସୁନିଶ୍ଚିତ କରାଯାଇଛି । ସରକାର ଦଳିତ, ଅବହେଳିତ, ପଛୁଆ ବର୍ଗ ଓ ଆଦିବାସୀ ସମ୍ପ୍ରଦାୟର କଲ୍ୟାଣ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ରହିଛନ୍ତି ।

    ରାଷ୍ଟ୍ରପତି କହିଛନ୍ତି, ଭାରତ ସରକାର ଷ୍ଟାର୍ଟ-ଅପ୍‌ଗୁଡ଼ିକୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି,ସେସବୁ ସଫଳତାର ସହିତ କାର୍ୟ୍ୟ କରୁଛି । ଏକ ଦଶନ୍ଧି ପୂର୍ବରୁ ଦେଶରେ ମାତ୍ର ୫୦୦ ଷ୍ଟାର୍ଟ-ଅପ୍ ଥିଲା । କିନ୍ତୁ ଏବେ ଏହି ସଂଖ୍ୟା ହଜାର ହଜାର ସଂଖ୍ୟାରେ ପହଞ୍ଚିଛି । ପ୍ରଯୁକ୍ତିବିଦ୍ୟା ଓ ଏଆଇ ନିରନ୍ତର ଭାବେ ବିକଶିତ ହେଉଛି । ସରକାର ଓ ଯୁବପିଢ଼ିଙ୍କ ମିଳିତ ପ୍ରୟାସ ଯୋଗୁ ଦେଶରେ କ୍ରୀଡ଼ାର ବିକାଶ ଧାରା ଜାରି ରହିଛି । ସରକାର ଖେଲୋ ଇଣ୍ଡିଆ ଭଳି ପଦକ୍ଷେପ ଆରମ୍ଭ କରିଛନ୍ତି ତଥା କ୍ରୀଡ଼ା ବିଭାଗଗୁଡ଼ିକରେ ସ୍ୱଚ୍ଛତା ଆଣିଛନ୍ତି ।

    ରାଷ୍ଟ୍ରପତି କହିଛନ୍ତି, ଗ୍ଲୋବାଲ ସାଉଥ୍‌ରେ ଭାରତ ଗୁରୁତ୍ବ ବଢ଼ିଛି । ଦେଶ ବ୍ରିକ୍ସ, ଏସ୍‌ସିଓ, ଜି-୨୦ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ଏକ ଦୃଢ଼ ଉପସ୍ଥିତି ସ୍ଥାପନ କରିଛି । ଅନେକ ବିଶ୍ୱ ସମସ୍ୟାର ସମାଧାନ ପାଇଁ ଦେଶ ସଫଳତାର ସହିତ କାର୍ୟ୍ୟ କରୁଛି । ରାଷ୍ଟ୍ରପତି ଘୋଷଣା କରିଛନ୍ତି, ସରକାର ଖୁବ୍ ଶୀଘ୍ର ଏକ ବିଶ୍ୱ ଏଆଇ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି। ।ଏହା ସହିତ ରାଷ୍ଟ୍ରପତି ଭାରତୀୟ ସେନା ଅପରେସନ ସିନ୍ଦୂରରେ ପ୍ରଦର୍ଶନ କରିଥିବା ବୀରତ୍ବ ସମ୍ପର୍କରେ ମଧ୍ୟ କହିଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook