Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଝିଅମାନେ ଭାରତକୁ ଗର୍ବିତ କରିଛନ୍ତି:ରାଷ୍ଟ୍ରପତି

    Share on :
    ajab-Image
    Date: Nov 3, 2025    Views: 3228

    ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ  ମହିଳା କ୍ରିକେଟ୍ ବିଶ୍ୱକପ୍-୨୦୨୫ରେ ବିଜୟ ପାଇଁ ଭାରତୀୟ ଟିମ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିନନ୍ଦନ ଜଣାଇଛନ୍ତି। ମୁମ୍ବାଇରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତୀୟ ମହିଳା କ୍ରିକେଟ ଦଳର ପ୍ରଦର୍ଶନ ନେଇ ଭାରତୀୟମାନେ ଗର୍ବ କରିଛନ୍ତି ବୋଲି  ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି। 
    ରାଷ୍ଟ୍ରପତି ଦ୍ରୌପଦୀ ମୁମୁର୍ କହିଛନ୍ତି, ଏହି ବିଜୟ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରତ୍ୟେକ ସଦସ୍ୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ! ସେମାନେ ପ୍ରଥମ ଥର ପାଇଁ ଏହାକୁ ଜିତି ଇତିହାସ ସୃଷ୍ଟି କରିଛନ୍ତି। ସେମାନେ ଭଲ ଖେଳୁଛନ୍ତି ଏବଂ ଆଜି ସେମାନେ ସେମାନଙ୍କ ପ୍ରତିଭା ଏବଂ ପ୍ରଦର୍ଶନ ସହିତ ଉପଯୁକ୍ତ ଫଳାଫଳ ପାଇଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ମହିଳା କ୍ରିକେଟକୁ ଆହୁରି ଉଚ୍ଚ ପ୍ରଦର୍ଶନରେ ନେଇଯିବ। ଝିଅମାନେ ଭାରତକୁ ଯେଉଁଭଳି ଭାବରେ ଗର୍ବିତ କରିଛନ୍ତି ମୁଁ ତାହାର ପ୍ରଶଂସା କରୁଛି।

    Maximum 500 characters

    ଖେଳ ଖବର View all

    Find Us on Facebook