Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜନତା ମଇଦାନରେ ରାଷ୍ଟ୍ରପତି

    Share on :
    ajab-Image
    Date: Jan 10, 2025    Views: 3751

    ଭୁବନେଶ୍ୱର : ରାଜଭବନରୁ ବାହାରି ଜନତା ମଇଦାନରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଶୁକ୍ରବାର ରାଷ୍ଟ୍ରପତି ପ୍ରବାସୀ ଭାରତୀୟ ଦିବସ କାର୍ୟ୍ୟକ୍ରମରେ ଯୋଗ ଦେଇଛନ୍ତି। ଆଜି ଉଦ୍‌ଯାପନୀ ଉତ୍ସବରେ ରାଷ୍ଟ୍ରପତି ଯୋଗ ଦେଇ କିଛି ପ୍ରବାସୀ ଭାରତୀୟଙ୍କୁ ସମ୍ମାନିତ କରିବେ। ୩ ଦିନ ଧରି ଭୁବନେଶ୍ୱରରେ ଏକାଠି ହୋଇଛନ୍ତି ପ୍ରବାସୀ।

    ଆଜି ଅପରାହ୍ନରେ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନର ସମାପନ ସମାରୋହ ତଥା ପୁରସ୍କାର ପ୍ରଦାନ ଉତ୍ସବରେ ସାମିଲ ହେବେ ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ପ୍ରବାସୀ ଭାରତୀୟଙ୍କୁ ସେମାନଙ୍କର ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ‘ପ୍ରବାସୀ ଭାରତୀୟ ସମ୍ମାନ’ରେ ସମ୍ବର୍ଦ୍ଧିତ କରିବାର କାର୍ୟ୍ୟକ୍ରମ ରହିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତିବିଶେଷଙ୍କ ନାମ ଘୋଷଣା ସରିଛି । ଏହାପରେ ସେ ନୂଆଦିଲ୍ଲୀ ଫେରିଯିବେ।

    Maximum 500 characters

    ତାଜା ଖବର View all

    Find Us on Facebook