Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଷ୍ଟ୍ରପତି ୩ ଏକ୍ସପ୍ରେସ ଟ୍ରେନ୍‌ର କରିବେ ଶୁଭ ଉଦଘାଟନ

    Share on :
    ajab-Image
    Date: Nov 21, 2023    Views: 2738

    ବାରିପଦା: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ମରୁରଭଞ୍ଜ ଗସ୍ତର ଆଜି ୨ୟ ଦିନ । ରାଷ୍ଟ୍ରପତି ପ୍ରଥମେ ସକାଳ ୮.୩୫ମିରେ ପାହାଡପୁର ସ୍ଥିତ ତାଙ୍କ ସ୍ୱର୍ଗତଃ ସ୍ୱାମୀ ଓ ଦୁଇ ପୁତ୍ରଙ୍କ ସ୍ମୃତି ରେ ସ୍ଥାପିତ ଏସ.ଏଲ.ଏସ. ସ୍ମାରକୀ ଆବାସିକ ବିଦ୍ୟାଳୟକୁ ଯିବେ । ସ୍କୁଲ ନିକଟରେ ଗତବର୍ଷ ନିଜ ହାତରେ ଶିଳାନ୍ୟାଶ କରିଥିବା ଏଲ. ଆଣ୍ଡ୍. ଟି ଦକ୍ଷତା ବିକାଶ କେନ୍ଦ୍ରର ଉଦଘାଟନ କରିବେ ।

    ପରେ ସ୍କୁଲ ପରିସରକୁ ଯାଇ ଦିବଙ୍ଗତ ସ୍ୱାମୀ ଓ ୨ ପୁତ୍ରଙ୍କ ପ୍ରତିମୂର୍ତି ରେ ମାଲ୍ୟାର୍ପଣ କରିବେ। ସ୍କୁଲ ଛାତ୍ରଛାତ୍ରୀଙ୍କ ସହିତ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ସେଠାରୁ ସେ ବାଦାମପାହାଡ ରେଳ ଷ୍ଟେସନକୁ ଯାଇ ପ୍ରଥମେ ଭର୍ଚୁଆଲ ମୋଡ୍‌ରେ ରାଇରଙ୍ଗପୁର ଡିଭିଜନାଲ ପୋଷ୍ଟଅଫିସ ର ଉଦଘାଟନ କରିବେ ।


    ପରେପରେ ରାଇରଙ୍ଗପୁର ସବଡିଭିଜନର ବହୁ ପ୍ରତିକ୍ଷୀତ ୩ ଟି ଏକ୍ସପ୍ରେସ ଟ୍ରେନର ଶୁଭ ଉଦଘାଟନ କରିବେ । ସବୁଠାରୁ ବଡ କଥା ଏଇଆ ଯେ ସେ ସେଠାରୁ ନିଜେ ଉଦଘାଟନା କରିଥିବା ଟ୍ରେନରେ ବସି ରାଇରଙ୍ଗପୁର ପର୍ୟ୍ୟନ୍ତ ଯିବେ। ଯାହା କି ଆଜି ପର୍ୟ୍ୟନ୍ତ ଭାରତବର୍ଷର କୌଣସି ରାଷ୍ଟ୍ରପତିଙ୍କ ପାଇ ପ୍ରଥମ ଘଟଣା ।

    Maximum 500 characters

    ତାଜା ଖବର View all

    Find Us on Facebook