Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଯେତେ ଭାଷା ଶିଖୁଛ ଶିଖ ହେଲେ ମାତୃଭାଷାର ମହତ ରଖ:ରାଷ୍ଟ୍ରପତି

    Share on :
    ajab-Image
    Date: Nov 20, 2023    Views: 3258

    ରାଇରଙ୍ଗପୁର: ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରଥମ ଦିନରେ ଜନ୍ମମାଟି ମୟୁରଭଞ୍ଜ ଗସ୍ତ କରି ସର୍ବଭାରତୀୟ ସାନ୍ତାଳୀ ଲେଖକ ସଂଘର ସମ୍ମିଳନୀରେ ଯୋଗ ଦେଇଛନ୍ତି । ୩୬ତମ ବାର୍ଷିକ ସମ୍ମିଳନୀରେ ଯୋଗ ଦେଇ ସାନ୍ତାଳୀ ଭାଷାରେ ଅଭିଭାଷଣ ରଖିଥିଲେ ମହାମହିମ । ଯେତେ ଭାଷା ଶିଖୁଛ ଶିଖ ହେଲେ ମାତୃଭାଷାର ମହତ ରଖ ବୋଲି ସମ୍ମିଳନୀରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତବ୍ୟକ୍ତ କରିଛନ୍ତି ।ତେବେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ସମଗ୍ର ମୟୁରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇ ଉଠିଛି । ବାରିପଦା ସମେତ କୁଳିଅଣା, ରାଇରଙ୍ଗପୁର, ପାହାଡ଼ପୁର ଓ ବାଦାମପାହାଡ଼ ଆଦି ସ୍ଥାନରେ ପ୍ରସ୍ତୁତି ଜୋରଦାର କରାଯାଇଛି । ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟପତି ଥିବା ବେଳେ ଆଜି ସକାଳ ସମୟରେ ବାୟୁସେନାର ସ୍ୱତନ୍ତ୍ର ବିମାନରେ ବାରିପଦା ପୋଲିସ ପଡ଼ିଆରେ ପହଞ୍ଚିଥିଲେ। ଏହାପରେ ଶହିଦ ସ୍ମୃତି ଭବନରେ ଆୟୋଜିତ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଏହାପରେ ମୟୂରଭଞ୍ଜ ଜିଲ୍ଲାର କୁଳିଅଣାଠାରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକୁ ୨.୩୫ ମିନିଟରେ ଲୋକାର୍ପଣ କରିବେ ରାଷ୍ଟ୍ରପତି । ପରେ ସେଠାରୁ ବାହାରି ବାରିପଦା ସର୍କିଟ ହାଉସରେ ମଧ୍ୟାହ୍ନ ଭୋଜନ କରି ସାମାନ୍ୟ ବିଶ୍ରାମ ପରେ ଅପରାହ୍ନରେ ହେଲିକପ୍ଟର ଯୋଗେ ରାଇରଙ୍ଗପୁର ଅଭିମୁଖେ ଗସ୍ତ କରିବେ ।

    Maximum 500 characters

    ତାଜା ଖବର View all

    Find Us on Facebook