Share on :
0
Date: Sep 19, 2023 Views: 5329
ନୂଆଦିଲ୍ଲୀ: ଆଜି ପବିତ୍ର ଗଣେଶ ଚତୁର୍ଥୀ । ଧରା ପୃଷ୍ଠକୁ ଓହ୍ଳାଇ ଆସିବେ ବିଘ୍ନ ବିନାଶକ ଗଜାନନ । ସେ ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର । ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ୟ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ଗଣେଶ ପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ।
•
ରାଷ୍ଟ୍ରପତି ଟ୍ବିଟ୍ କରି କହିଛନ୍ତି, "ଗଣେଶ ଚତୁର୍ଥୀର ପବିତ୍ର ପର୍ବରେ ଦେଶ ତଥା ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା । ଏହି ଶୁଭ ଦିନରେ ଭଗବାନ ଶ୍ରୀ ଗଣେଶଙ୍କ ଜନ୍ମ ଦିନକୁ ଭକ୍ତି ଓ ଉତ୍ସାହର ସହିତ ପାଳନ କରାଯାଏ । ମୋର ପ୍ରାର୍ଥନା, ବିଘ୍ନହର୍ତ୍ତା ଗଣେଶଜି ସବୁ ବାଧାବିଘ୍ନକୁ ଦୂରେଇ ଦିଅନ୍ତୁ ଏବଂ ଆମେ ସମସ୍ତେ ମିଶି ଏକ ବିକଶିତ ଦେଶ ଗଠନ ପାଇଁ କାର୍ୟ୍ୟ ଜାରି ରଖିବୁ । ଗଣପତି ବାପ୍ପା ମୋରୟା ।"
Comments ସମସ୍ତ ମତାମତ