Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏମିତି ପ୍ରସ୍ତୁତ କରନ୍ତୁ ନଡ଼ିଆ ଚିଙ୍ଗୁଡ଼ି ତରକାରୀ

    Share on :
    ajab-Image
    Date: Feb 20, 2021    Views: 2540

    ଆବଶ୍ୟକ ସାମଗ୍ରୀ-

    ଚିଙ୍ଗୁଡି, ନଡିଆ କୋରା, ତେଲ, ଲୁଣ, ଗୋଲମରିଚ, ମେଥି, ଶୁଖିଲା ଲଙ୍କା, ଜିରା, ଭ୍ରୁସଙ୍ଗ ପତ୍ର, ପିଆଜ, ଅଦା-ରସୁଣ ପେଷ୍ଟ, ଟମାଟୋ, ହଳଦୀ ପାଉଡର ।

    ପ୍ରସ୍ତୁତି ପ୍ରଣାଳୀ-

    ପ୍ରଥମେ ଚିଙ୍ଗୁଡିକୁ ଧୋଇ ଏକ ପାତ୍ରରେ ରଖିବେ । ତାପରେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଲମରିଚ, ମେଥି, ଜିରା ଶୁଖିଲା ଲଙ୍କା ପକାଇ ଫ୍ରାଏ କରିବେ । ଏହାପରେ ସେଥିରେ ନଡିଆ କୋରା ପକାଇ ଫ୍ରାଏ କରିବେ । ନଡିଆ ଫ୍ରାଏ ହୋଇଗଲେ,ଏହାକୁ କାଢି ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଂ କରିବେ । ଏହାପରେ ଗ୍ୟାସ୍‌ରେ ପୁଣି କଡେଇ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ କିଛି ଭ୍ରୁସଙ୍ଗ ପତ୍ର ପକାଇବେ । ଏହାପରେ ସେଥିରେ ଛୋଟଛୋଟ କଟା ହୋଇଥିବା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହୋଇ ଆସିଲେ,ସେଥିରେ ଅଦା-ରସୁଣ ପେଷ୍ଟ, କଟା ଟମାଟୋ, ଲୁଣ ,ହଳଦୀ ପାଉଡର୍ ପକାଇ ଗୋଳାଇବେ । ଦେଖିବେ ଟମାଟୋ ମେଲ୍ଟ ହୋଇ ଆସିଲେ ସେଥିରେ ଗ୍ରାଇଣ୍ଡିଂ କରି ରଖିଥିବା ମିଶ୍ରଣ ପକାଇ ଭଲଭାବେ ମିକ୍ସ କରିବେ । ଏହାପରେ ସେଥିରେ ଧୋଇ ପରିଷ୍କାର କରି ରଖିଥିବା ଚିଙ୍ଗୁଡି ପକାଇ , ଚିଙ୍ଗୁଡି ସିଝିବା ଯାଏଁ ଛାଡିବେ । ଏହାପରେ ଗ୍ୟାସ୍ ବନ୍ଦ କରି ଏକ ପ୍ଲେଟକୁ କାଢିବେ । ପ୍ରସ୍ତୁତ ହୋଇଗଲା ନଡିଆ ଚିଙ୍ଗୁଡି ତରକାରୀ । ଏବେ ଗରମ ଗରମ ଏହାର ମଜା ନେଇ ପାରିବେ ।

    Maximum 500 characters

    ବିଶେଷ View all

    Find Us on Facebook