Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନଙ୍କୁ ଏଭଳି ଜବାବ ଦେଲେ ପ୍ରଭାତ ତ୍ରିପାଠୀ

    Share on :
    ajab-Image
    Date: Apr 10, 2025    Views: 4060

    ଭୁବନେଶ୍ୱର: ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଣମାଧ୍ୟମ ସାମନାକୁ ଆସି ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀଙ୍କୁ ଟାର୍ଗେଟ କରିଥିବାବେଳେ ଗୁରୁବାର ଶ୍ରୀ ତ୍ରିପାଠୀ ଏହାର ଜବାବ ଦେଇଛନ୍ତି ।
    ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ମୁଁ ନିଲମ୍ବନ ପ୍ରତ୍ୟାହାର ପାଇଁ ଅନୁରୋଧ କରିନଥିଲି । ଚିଟଫଣ୍ଡ କେସ ବିଚାରାଧୀନ ଅଛି । ୨୦୨୪ ନିର୍ବାଚନରେ ମୁଁ ଦଳ ପାଇଁ ପ୍ରଚାର କରିଛି । ମୋତେ ଦଳ ବିଭିନ୍ନ ସମୟରେ ବିନିଯୋଗ କରିଛି । ୱାକଫ ପ୍ରସଙ୍ଗ ଏଡ଼ାଇବା ପାଇଁ ମୋତେ ଟାର୍ଗେଟ କରାଯାଉଛି । ମୁଁ ଦଳରେ ନାହିଁ କହିବା ମହାମିଛ । ମୁଁ ଗତକାଲି ଠାରୁ ଦଳରେ ନାହିଁ ବୋଲି ପ୍ରଭାତ ତ୍ରିପାଠୀ କହିଛନ୍ତି । 

     ବୁଧବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ନବୀନ ନିବାସରେ  ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ‘ଭିକେ ପାଣ୍ଡିଆନ କେବଳ ଦଳ ପାଇଁ ନୁହେଁ ବରଂ ରାଜ୍ୟ ପାଇଁ ମଧ୍ୟ ଅନେକ କାମ କରିଛନ୍ତି । ତାଙ୍କୁ କୌଣସି ପ୍ରକାର ବଦନାମ କରାଯିବା ଉଚିତ୍ ନୁହେଁ । ସେ ପ୍ରାୟ ୧୦ ମାସ ତଳୁ ପାର୍ଟି ଛାଡ଼ି ସାରିଛନ୍ତି । ସେ କୌଣସି ଦଳୀୟ କାର୍ୟ୍ୟରେ ସାମିଲ ନାହାନ୍ତି । ଦଳୀୟ କାର୍ୟ୍ୟକ୍ରମରେ ତାଙ୍କର କୌଣସି ଭୂମିକା ନାହିଁ। ଏହା ସହିତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପାଣ୍ଡିଆନଙ୍କୁ ସମାଲୋଚନା କରିଥିବା ପ୍ରଭାତ ତ୍ରିପାଠୀଙ୍କ ପ୍ରତି କଡ଼ା ମନ୍ତବ୍ୟ ଦେଇଥିଲେ । ସେ କହିଥିଲେପ୍ରଭାତ ତ୍ରିପାଠୀ ପୂର୍ବରୁ ଦଳରୁ ବିଦା ହୋଇଥିଲେ । ଚିଟଫଣ୍ଡ ମାମଲାରେ ପୂର୍ବରୁ ପ୍ରଭାତ ଜେଲ୍‌ ଯାଇଛନ୍ତି । ପ୍ରଭାତ ତ୍ରିପାଠୀ ବିଜେଡିର କିଛି ନୁହଁନ୍ତି ବୋଲି ସେ କହିଥିଲେ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook