ମୁଖ୍ୟ ଖବର
ଭୁବନେଶ୍ୱର: ରାଜ୍ୟ ବାହାରେ ବିଜୁ ଟ୍ରଷ୍ଟ ଗଠନ ନେଇ ପୁଣି ମୁହଁ ଖୋଲିଲେ ପ୍ରଭାତ ବିଶ୍ୱାଳ।କହିଛନ୍ତି ମୁଁ ଯାହା କହିଥିଲି ସତ ହେଲା। ଟ୍ରଷ୍ଟ ଗଠନ କଥା ମାନିଲେ ନବୀନ ପଟ୍ଟନାୟକ। ପୂର୍ବରୁ ୪୦ ବିଧାୟକଙ୍କ ଆଗରେ ପଚାରିବାରୁ ସଂତୃପ୍ତ ମନା କରିଥିଲେ। ନବୀନ ମାନିବା ପରେ ଆଜି ସବୁ ସତ ପଦାକୁ ଆସି ଯାଇଛି ବୋଲି ପ୍ରଭାତ କହିଛନ୍ତି। ଗଠନ ହୋଇଥିବା ବିଜୁ ଟ୍ରଷ୍ଟର ମୁଖ୍ୟ ଭି.କେ. ପାଣ୍ଡିଆନ୍ ରହିଛନ୍ତି ବୋଲି କହିଛନ୍ତି।
ଅଭିଯୋଗ ଆଣିଛନ୍ତି ଯେ ରାଜନୀତିରୁ ସନ୍ନ୍ୟାସ ନେବା ପରେ ବି ପାଣ୍ଡିଆନ୍ ସବୁ କିଛି କରୁଛନ୍ତି। ପୂର୍ବରୁ ପ୍ୟାରୀ ବାବୁ ସବୁ କରୁଥିଲେ, ନବୀନ କେବଳ ଦସ୍ତଖତ କରୁଥିଲେ। 'ପରେ ପାଣ୍ଡିଆନ୍ ସବୁ କିଛି କଲେ, ନବୀନ ବାବୁ ଦସ୍ତଖତ ମାରିଲେ। ଆଜି ବି ଦିଲ୍ଲୀରେ ରହି ପାଣ୍ଡିଆନ୍ ଗୋଟି ଚାଳନା କରୁଛନ୍ତି ବୋଲି କହିଛନ୍ତି ପ୍ରଭାତ। ତେବେ ପ୍ରଭାତଙ୍କ ଅଭିଯୋଗ ନେଇ ସନ୍ତୃପ୍ତ କିମ୍ବା ପାଣ୍ଡିଆନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
Comments ସମସ୍ତ ମତାମତ