Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ସୁଜାତାଙ୍କୁ ରାଜ୍ୟସଭା ପଠାଯାଉ: ପ୍ରଭାତ ବିଶ୍ୱାଳ

    Share on :
    ajab-Image
    Date: Dec 26, 2025    Views: 3338

    ଭୁବନେଶ୍ୱର: ବିଜେଡି ପ୍ରତିଷ୍ଠା ଦିବସ ଖୋଲା ମଞ୍ଚରେ ପ୍ରଭାତ ବିଶ୍ୱାଳ ଏକ ବଡ଼ ବୟାନ ଦେଇଛନ୍ତି । ଶ୍ରୀ ବିଶ୍ୱାଳ ବିଜେଡିର ହାରୁ ନେତାଙ୍କୁ ଧୋଇବା ସହ ପାଣ୍ଡିଆନ ଦମ୍ପତିଙ୍କ ପ୍ରଶଂସା କରିଛନ୍ତି ।  ବବି, ଦେବୀ, ଅତନୁ, ପ୍ରତାପ ଓ ସଞ୍ଜୟଙ୍କ ନାଁ ନନେଇ ଶ୍ରୀ ବିଶ୍ୱାଳ ସେମାନଙ୍କ ଉପରେ ବର୍ଷିଛନ୍ତି । ଏପରିକି ଅଯଥା ଦଳୀୟ କାର୍ଯ୍ୟକ୍ରମରେ ହସ୍ତକ୍ଷେପ ନକରିବାକୁ ଶ୍ରୀ ବିଶ୍ୱାଳ କହିଛନ୍ତି ।  ହାରିଯାଇଥିବା ବିଜେଡି ନେତାଙ୍କୁ ଅନରୋଧ, ସେମାନେ ନିଜ ନିର୍ବାଚନମଣ୍ଡଳୀ ଜଗନ୍ତୁ ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏପରିକି ଦଳ ବିଷୟରେ ମୁଣ୍ଡ ପୂରାନ୍ତୁ ନାହିଁ, ମେ ୨୯ର ଚକ୍ରାନ୍ତ ହୁ ହୁ ହୋଇ ଜଳୁଛି ।  ପ୍ୟାରୀମୋହନଙ୍କ ପରେ ପାଣ୍ଡିଆନଙ୍କ ଦଳ ପ୍ରତି ଯଥେଷ୍ଟ ଅବଦାନ ଅଛି ।  ପାଣ୍ଡିଆନଙ୍କ ପାଇଁ ୨୦୧୯ରେ ବିଜେଡି ସରକାର ଗଢ଼ିଥିଲା । ଲୋକଙ୍କ ସେବା ପାଇଁ ସେ ଆଇଏଏସ ଭଳି ଚାକିରି ଛାଡ଼ିଛନ୍ତି । ତାଙ୍କ ପ୍ରତି ଅବିଚାର ହେଲେ ମୁଁ ବିରୋଧ କରିବି । ସୁଜାତା କାର୍ତ୍ତିକେୟନଙ୍କ ଯଥେଷ୍ଟ ଅବଦାନ ଅଛି, ତାଙ୍କୁ ରାଜ୍ୟସଭା ପଠାଯାଉ । ରାଜ୍ୟସଭା ସିଟ ଖାଲି ହେଲେ ସୁଜାତାଙ୍କୁ  ପଠାଯାଉ । ଆଉ ହାରୁ ନେତାମାନେ ସେ ସିଟ ଉପରେ ନଜର ନପକାନ୍ତୁ ବୋଲି ପ୍ରଭାତ ବିଶ୍ୱାଳ କହିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook