Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସିନେମା

ମୁଖ୍ୟ ଖବର

    ବିଦେଶିନୀଙ୍କୁ ବିବାହ କରିବେ ପ୍ରଭାସ!

    Share on :
    ajab-Image
    Date: Feb 8, 2021    Views: 7728

    ବାହୁବଳୀ ମେଗାଷ୍ଟାର ପ୍ରଭାସଙ୍କ ସହିତ ଅନୁଷ୍କା ସେଟ୍ଟୀ ଏକାଠୀ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଉଭୟ ଏ ପର୍ଯ୍ୟନ୍ତ ବିବାହ କରି ନଥିବାରୁ ସିନେ ଜଗତରେ ଦୁହିଁଙ୍କ ବିବାହ ହେବାକୁ ନେଇ ଖୁବ ଚର୍ଚ୍ଚା ଚାଲିଛି । ହେଲେ ନିକଟରେ ପ୍ରଭାସଙ୍କ ବିବାହକୁ ନେଇ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ଖୁବ ଶୀଘ୍ର ପ୍ରଭାସ ହାତରୁ ଦି’ହାତ ହେବେ ବୋଲି ଜଣାପଡ଼ିଛି । ମାତ୍ର ସେ ଅନୁଷ୍କାଙ୍କୁ ନୁହେଁ, ବରଂ ଆମେରିକାର ଜଣେ ବ୍ୟବସାୟୀଙ୍କ ଝିଅକୁ ବାହା ହେବେ ବୋଲି ଚର୍ଚ୍ଚା ହେଉଛି । ଯୁବତୀ ଜଣକ ଏକ ସଫଟୱେୟାର କମ୍ପାନୀରେ ଚାକିରି କରୁଥିବା ବେଳେ ଉଭୟଙ୍କ ବାହାଘରକୁ ନେଇ ପରିବାର ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ଜଣାପଡ଼ିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପ୍ରଭାସ ଉକ୍ତ ବିଦେଶିନୀଙ୍କ ସହିତ ବିବାହ କରିବାକୁ ସବୁଜ ସଙ୍କେତ ଦେଇଥିବା ଟଲିଉଡ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

    Maximum 500 characters

    ସିନେମା View all

    Find Us on Facebook