ମୁଖ୍ୟ ଖବର
ଭୁବନେଶ୍ୱର: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଫେଲୋସିପି ଘୋଷଣା ହୋଇଛି କ୍ଷ ୩ ବିଶିଷ୍ଟ ସାହିତ୍ୟିକ ଏହି ଫେଲୋସିପି ପାଇବେ କ୍ଷ ଏକାଡେମୀର ସାଧାରଣ ପରିଷଦ ବୈଠକ ନିଷ୍ପତ୍ତି କ୍ରମେ ପ୍ରଖ୍ୟାତ ଓଡ଼ିଆ ଲେଖିକା ଡ. ପ୍ରତିଭା ରାୟ, ସିନ୍ଧି ସାହିତ୍ୟିକ ଲଷ୍ମୀ ଖିଲାନି ଏବଂ ଉର୍ଦୁ ଲେଖକ ଅବଦୁସ ସମାଦଙ୍କୁ ଫେଲୋସିପ ପ୍ରଦାନ ଲାଗି ଏକାଡେମୀ ପକ୍ଷରୁ ନାମ ଘୋଷଣା ହୋଇଛି କ୍ଷ
ଏକାଡେମୀ ଫେଲୋସିପି ସାହିତ୍ୟ ଏକାଡେମୀର ସବୁଠୁ ବଡ଼ ମର୍ୟ୍ୟାଦାସଂମ୍ପନ୍ନ ସାହିତ୍ୟ ସ୍ୱୀକୃତି କ୍ଷ ଆସନ୍ତା ଦିନରେ ଏକାଡେମୀ ପକ୍ଷରୁ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ଫେଲୋସିପି ପ୍ରଦାନ କରାଯିବ । ଏନେଇ ପରବର୍ତ୍ତୀ ସମୟରେ ତାରିଖ ଘୋଷଣା କରାଯିବ ବୋଲି ଏକାଡେମୀ ସଚିବ ପଲ୍ଲବୀ ପ୍ରଶାନ୍ତ ହୋଲକର ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି କ୍ଷ
Comments ସମସ୍ତ ମତାମତ