Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କୋଟିପତି ସରକାରୀ ବାବୁଙ୍କ ଆକାଉଣ୍ଟ ଫ୍ରିଜ୍

    Share on :
    ajab-Image
    Date: Nov 10, 2021    Views: 4608


    ଭୁବନେଶ୍ୱର: ଗତକାଲି ଭିଜିଲାନ୍ସ ଜାଲରେ ଫସିଥିଲେ କୋଟିପତି ସରକାରୀ ବାବୁ । ଓଡିଶା ରାଜ୍ୟ ପୁଲିସ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନ ଲିମିଟେଡ଼ର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ଆଖି ଖୋସିଦେବା ପରି ସମ୍ପତ୍ତି ମୂଲ୍ୟାୟନ କରାଯାଇଛି  । ଗତକାଲି ଭିଜିଲାନ୍ସ ଅମାପ ସମ୍ପତ୍ତି ଠାବ କଲା ପରେ ଆଜି କୁବେର ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭିଜିଲାନ୍ସ  ଫ୍ରିଜ୍ କରିଛି । ଏହା ସହିତ କାଲି ବିଳମ୍ବିତ ରାତି ଯାଏ ହିସାବ ସରୁ ନ ଥିବା ବେଳେ  ଶେଷରେ କୁବେର ଅଧିକାରୀଙ୍କ ୨୫ଟି ପ୍ଲଟ ଠାବ କଲା ଭିଜିଲାନ୍ସ । 

    ୨୫ଟି ପ୍ଲଟର ରେଜିଷ୍ଟ୍ରେସନ ଓ ଷ୍ଟାମ୍ପ ଡୁ୍ୟଟି ମିଶାଇ ୩,୪୧,୫୮,୪୧୨ ଟଙ୍କା  । ଏହା ଛଡା ଗୋଠପାଟଣାସ୍ଥିତ ୫ ମହଲା ବିଲ୍ଡିଂର ମୂଲ୍ୟ ୩ କୋଟି ୮୯ ଲକ୍ଷ ୬୦ ହଜାର ଟଙ୍କା ।  ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଅଛି ୧ କୋଟି ୬୧ ଲକ୍ଷ ୩୫ ହଜାର ଟଙ୍କା ରହିଥିବାବେଳେ  ପ୍ରତାପ ଓ ତାଙ୍କ ପରିବାର ନାଁରେ ୫୭ ଲକ୍ଷ ୭୨ ହଜାର ଟଙ୍କାର ବୀମା ରାଶି ଦିଅଯାଇଛି  । ପ୍ରତାପ ସାମଲଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ଭିଜିଲାନ୍ସ । 


    ତେବେ ୩୩ ବର୍ଷ ଚାକିରି ସମୟରେ କେମିତି ଏବଂ କେଉଁ ବାଟ ଦେଇ ଅମାପ ସମ୍ପତ୍ତ ସଞ୍ଚୟ କଲେ ପ୍ରତାପ ଆଉ କେଉଁଠି କେତେ ସମ୍ପତ୍ତି ଠୁଳ କରିଛନ୍ତି,  କେତେ ଥର ବିଦେଶ ଗସ୍ତ କରିଛନ୍ତି ସେ ନେଇ ଭିଜିଲାନ୍ସ ପ୍ରତାପଙ୍କୁ ଅଟକ ରଖି ପଚରାଉଚରା କରୁଛି । ସ୍ପଷ୍ଟ ଉତ୍ତର ରଖି ନପାରିଲେ ପ୍ରତାପଙ୍କୁ ଗିରଫ କରାଯାଇପାରେ ବୋଲି ଅନୁମାନ କରାଯାଉଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook