Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ହସ୍ପିଟାଲରେ ଭର୍ତ୍ତି ପ୍ରତାପ ଷଡ଼ଙ୍ଗୀ

    Share on :
    ajab-Image
    Date: Dec 13, 2025    Views: 3288

    ନୀଳଗିରି: ବାଲେଶ୍ୱର ସଂସାଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହାଇଛନ୍ତି । ସଂସଦ ଅଧିବେଶନ ଚାଲିଥିବା ସମୟରେ ସେ ୩ଦିନ ପୂର୍ବରୁ ଥଣ୍ଡା ପାଇଁ ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ । ଛାତିରେ କଫ ଜମିଥିବା ଜଣାପଡ଼ିଥିଲା । ପରେ ତାଙ୍କୁ ଆରଏମଏଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ଜୁଏଲ ଓରାମ, ଅନ୍ୟ ମନ୍ତ୍ରୀ ଓ ସାଂସଦ ଶ୍ରୀ ଷଡ଼ଙ୍ଗୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

    ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ଆଶୁ ଆରୋଗ୍ୟ କାମନା କରିବା ସହ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ କାମନା କରି ଖୁବଶୀଘ୍ର ହସ୍ପିଟାଲରୁ ଫେରି ଆସିବା ନେଇ ପ୍ରାର୍ଥନା କରିଛନ୍ତି । ତାଙ୍କର ଅସୁସ୍ଥତା ଖବର ପାଇବା ପରେ ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ଶୁଭେଚ୍ଛୁମାନେ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook