ମୁଖ୍ୟ ଖବର
ଭୁବନେଶ୍ୱର:ୱକଫ ବିଲ ଭୋଟିଂକୁ ନେଇ ବିଜେଡି ଏବେ ଦୁଇ ଫାଳ ହୋଇଯାଇଥିବା ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ବିଜେଡି ନେତା ପ୍ରତାପ ଜେନା ଏହାରି ଭିତରେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଯେଉଁଥିରେ ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ଜେନା ଦାବି କରିଛନ୍ତି ।
ଉକ୍ତ ଚିଠିରେ ଶ୍ରୀ ଜେନା ଉଲ୍ଲେଖ କରିଛନ୍ତି ଯେ ସୋସିଆଲ ମିଡିଆରେ ସସ୍ମିତଙ୍କ ଦଳବିରୋଧୀ ଆଭିମୁଖ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ମନ୍ତବ୍ୟ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ପୀଡ଼ାଦାୟକ । ଏହା ପଛରେ ଗଭୀର ଷଡ଼ଯନ୍ତ୍ର ଥିବା ମୋର ହୃଦବୋଧ ହେଉଛି । ଷଡ଼ଯନ୍ତ୍ର ପଛରେ କିଏ ତା’ର ଅନୁଧ୍ୟାନ ହେବା ଆବଶ୍ୟକ ବୋଲି ଶ୍ରୀ ଜେନା ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି ।
ଅନ୍ୟପକ୍ଷରେ ନବୀନଙ୍କୁ ଚିଠି ପ୍ରସଙ୍ଗରେ ପ୍ରତାପ ଜେନା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ୱାକଫ ବିଲକୁ ବିରୋଧ କରିବା ଆମର ଆଭିମୁଖ୍ୟ ଥିଲା । ପରେ ସସ୍ମିତଙ୍କ ହଠାତ ଟ୍ୱିଟ ଆଶ୍ଚର୍ଯ୍ୟ ଲାଗୁଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ଦରକାର । ଏହା ଦଳ ବିରୋଧୀ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ହେଉ । ଏହା ଆମ ନେତାଙ୍କ ଆଭିମୁଖ୍ୟ ନୁହେଁ, ବିଲ ବିରୋଧୀ ଆମର ଆଭିମୁଖ୍ୟ । କିନ୍ତୁ କିଛି ବିଲ ବିପକ୍ଷରେ ଓ କିଛି ବିଲ ସପକ୍ଷରେ ଭୋଟ ଦେଇଛନ୍ତି । ଟ୍ୱିଟ ଯୋଗୁ ଦ୍ୱନ୍ଦ୍ୱ ସୃଷ୍ଟି ହେବରୁ ଏଭଳି ସ୍ଥିତି ଉପୁଜିଲା । ମୁସଲମାନଙ୍କ ସହ ଆମେ ସବୁବେଳେ ଅଛୁ ଓ ରହିବୁ । ଯେଉଁମାନେ ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ । ସ୍ପଷ୍ଟୀକରଣ ମଗାଯିବା ସହ ପୂରା ଘଟଣାର ତର୍ଜମା ହେବା ଦରକାର ।
Comments ସମସ୍ତ ମତାମତ