Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା

    Share on :
    ajab-Image
    Date: Mar 21, 2026    Views: 2421

    କଟକ : ବିଜେଡି ନେତା ପ୍ରତାପ ଜେନାଙ୍କ ଘର ଆଗରେ ହଙ୍ଗାମା। ରାତି ଅଧରେ ୧୫ ରୁ ୨୦ ଜଣ ଯୁବକ ତାଙ୍କ ଘର ଆଗରେ ହୋହାଲ୍ଲା କରିବା ସହ ସିକ୍ୟୁରିଟି ଗାର୍ଡଙ୍କୁ ମାରପିଟ୍ କରିଥିଲେ। ଏହା ସହ ମୁଣ୍ଡରେ ବନ୍ଧୁକ ଲଗାଇ ଧମକ ଚମକ ଦେଇଥିଲେ। ଘର ଆଗରେ ବାଣ ଫୁଟାଇ ପାଟିତୁଣ୍ଡ କରିଥିଲେ। ଆଜି ସାମ୍ବାଦିକ ସମ୍ମିଳନୀ କରି ପ୍ରତାପ ଜେନା ବର୍ଷିଛନ୍ତି। ସେ କହିଛନ୍ତି ଯେ, ରାଜଧାନୀରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଲାଣି। ମୁଁ ଜଣେ ପୂର୍ବତନ ବିଧାୟକ, ମନ୍ତ୍ରୀ ହୋଇ ମୋ ଘର ଉପରେ ଆକ୍ରମଣ ହେଉଛି। ଖୋଦ ହାର୍ଟ ଅଫ ଦ ସିଟିରେ ଏଭଳି ଘଟଣା ଘଟୁଛି। ତେବେ ସାଧାରଣ ଲୋକ ଏଠି କେତେ ସୁରକ୍ଷିତ? 

    ଏହି ଆକ୍ରମଣ ପାଇଁ ବିଜେଡି ନେତା ବିସିଜେଡିର କିଛି ନିଲମ୍ବିତ ପିଲା ଓ ବିଜେପିର କିଛି ପିଲା ଏମିତି କରିଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, କାଲି ରାତିରେ ଯେଉଁ ପିଲାମାନେ କ୍ୟାମ୍ପସ୍ ଭିତରକୁ ପଶିଥିଲେ ସମସ୍ତଙ୍କର ସିସିଟିଭି ଭିଡିଓ ଆମ ପାଖରେ ଅଛି। ଆମେ ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛୁ। ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି, ଘଟଣାର ତଦନ୍ତ କରନ୍ତୁ ଓ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯାଉ। ରାଜଧାନୀରେ କେହି ବି ସୁରକ୍ଷିତ ନୁହନ୍ତି। ମୋ ପରିବାର ଏଠି ରହୁଛନ୍ତି। ମୁଁ ନିର୍ବାଚନ ମଣ୍ଡଳୀକୁ ଯାଇଥିଲି। ରାତିରେ ଫେରିଲା ପରେ ଜାଣିଲି ଏଭଳି ଘଟଣା ଘଟିଛି। ପୁଲିସକୁ ଅଭିଯୋଗ କରିବା ସହ ଘଟଣାର ଭିଡିଓ ଦେଇଛି, ତାର ତଦନ୍ତ ହେଉ। ଏହା ସହ ସେ କମିଶନରେଟ୍ ପୁଲିସ ଓ ଡିଜିପିଙ୍କୁ ଜଣାଇ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। 

    ଏହି ଘଟଣା ପରେ ପ୍ରତାପ ଜେନାଙ୍କ ଭୁବନେଶ୍ୱର ସ୍ଥିତ ୟୁନିଟ୍ ୬ ବାସଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ତାଙ୍କ ବାସଭବନ ବାହାରେ ପୁଲିସ ମୁତୟନ ହୋଇଛନ୍ତି। କଡ଼ା ସୁରକ୍ଷା ବଳୟରେ ପ୍ରତାପ ଜେନାଙ୍କ ବାସଭବନ ରହିଛି। 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook