ମୁଖ୍ୟ ଖବର
ମାହାଙ୍ଗା: ନିର୍ବାଚନରେ ବିଜେଡି କାହିଁକି ହାରିଲା? ମାହାଙ୍ଗାରେ କାହିଁକି ବିଜେଡି ମାତ୍ ଖାଇଲା ? ସେନେଇ ସାଧାରଣ ନିର୍ବାଚନର ୧୭ମାସ ପରେ ମୁହଁ ଖୋଲିଛନ୍ତି ବିଜେଡି ନେତା ପ୍ରତାପ ଜେନା। ନିର୍ବାଚନରେ ତାଙ୍କ ପୁଅ ଅଙ୍କିତ ପ୍ରତାପ ଜେନା କାହିଁକି ହାରିଲେ ସେନେଇ ବିଜେଡିର ଏକ ବନ୍ଧୁ ମିଳନ କାର୍ୟ୍ୟକ୍ରମରେ ମୁହଁ ଖୋଲିଛନ୍ତି ପ୍ରତାପ। କ୍ଷମତାରେ ଥିଲାବେଳେ ଅନ୍ଧ ଭାବେ କିଛି କର୍ମୀଙ୍କୁ ଅଖଣ୍ଡ କ୍ଷମତା ଦେଇ ସେ ପସ୍ତେଇଛନ୍ତି ବୋଲି କହିଛନ୍ତି ପ୍ରତାପ। ନିର୍ବାଚନର ୩ଦିନ ପୂର୍ବରୁ ଟଙ୍କା ଖାଇ ତାଙ୍କ ବିରୋଧରେ ଷଡଯନ୍ତ୍ର ହେଲା । ଆଉ ସେ ସେମାନଙ୍କୁ ଅନ୍ଧ ଭାବେ ବିଶ୍ୱାସ କରି ଅଖଣ୍ଡ କ୍ଷମତା ଦେଇଥିଲେ ବୋଲି ପ୍ରତାପ ଜେନା କହିବା ପରେ ଏହି ଲୋକମାନେ କିଏ ତାକୁ ନେଇ ଚର୍ଚ୍ଚା ବଢିଛି ।ଏହି ବନ୍ଧୁମିଳନରେ ପ୍ରତାପ ଜେନା କହିଛନ୍ତି, ଲୋକ ଅତିଷ୍ଟ ହୋଇ ସେମାନଙ୍କ ଉପରେ ରାଗ ସୁଝାଇବା ପାଇଁ ତାଙ୍କୁ ହରାଇଦେଲେ । ହେଲେ ବର୍ତମାନ କିନ୍ତୁ ମାହାଙ୍ଗାରେ ବିକାଶ କାମ ଠପ । ପ୍ରତି ପଞ୍ଚାୟତରେ ୫୦ଲକ୍ଷରୁ ଅଧିକ ଉନ୍ନୟନ ଟଙ୍କା ଖର୍ଚ୍ଚ ହୋଇପାରୁନି। ଉନ୍ନୟନ କାର୍ୟ୍ୟର ତଦାରଖ ମଧ୍ୟ ହେଉନି। ତେବେ ନିଜ କର୍ମୀଙ୍କୁ ବଳ ଦେବାକୁ ପ୍ରତାପ ଜେନା କହିଛନ୍ତି, କିଛି ଦିନ ଧର୍ୟ୍ୟ ଧରନ୍ତୁ ଏ ରଙ୍ଗ ବୋଳା ସରକାର ଭାଙ୍ଗିଯିବ, ଓଡିଶାରେ ପୁଣି ବିଜେଡି ସରକାର ଆସିବ।
ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଭିତରେ ଥିବା ଲୁଣା-ଚିତ୍ରୋତ୍ପଳା ଦ୍ବୀପାଞ୍ଚଳର ୯ଟି ପଞ୍ଚାୟତର ସରପଞ୍ଚ ଆଉ ସମିତି ସଭ୍ୟ ବିଜେଡି ସମର୍ଥନରେ ନିର୍ବାଚନ ଜିତିଥିଲେ ବି, ୨୦୨୪ ସାଧାରଣ ନିର୍ବାଚନ ପରେ କିନ୍ତୁ ୭ଟି ପଞ୍ଚାୟତର ସରପଞ୍ଚ ସମିତି ସଭ୍ୟମାନେ ସ୍ୱାଧୀନ ବିଧାୟକ ସାରଦା ପ୍ରଧାନଙ୍କ ଶିବିରକୁ ପଳେଇଯାଇଛନ୍ତି। ଆଉ ଏବେ ଘର ସଜାଡ଼ିବା ପାଇଁ ପ୍ରତାପ ଜୋରଦାର ଉଦ୍ୟମ କରିବା ସହିତ ନିଜ କର୍ମୀଙ୍କୁ ପରାଜୟ ପଛର କାହାଣୀ କହିଛନ୍ତି ।
Comments ସମସ୍ତ ମତାମତ