ମୁଖ୍ୟ ଖବର
ଭୁବନେଶ୍ୱର: ସ୍କୁଲ ବନ୍ଦ ପ୍ରସଙ୍ଗରେ ବିଧାନସଭା ହୁଲସ୍ତୁଲ ହେଉଛି । ସ୍କୁଲ ବନ୍ଦ ନିଷ୍ପତ୍ତିର ପୁନର୍ବିଚାର ପାଇଁ ବିରୋଧୀ ଦାବି କରୁଛନ୍ତି । ଗୃହକୁ ମଧ୍ୟଭାଗକୁ ଆସି ନାରାବାଜି କରିବା ସହ ଗୃହକୁ ଅଚଳ କରିଦେଉଛନ୍ତି । ତେବେ ବିରୋଧୀଙ୍କ ଏପରି ଆଚରଣକୁ ନେଇ ବିଜେଡି ବିଧାୟକ ପ୍ରତାପ ଦେବ ସମାଲୋଚନା କରିଛନ୍ତି । ଚାଲି ନଜାଣି ବିରୋଧୀ ବାଟକୁ ଦୋଷ ଦେଉଛନ୍ତି ବୋଲି ପ୍ରତାବ ଦେବ କହିଛନ୍ତି ।
ସ୍କୁଲ ମିଶ୍ରଣ ପ୍ରସଙ୍ଗରେ ଶ୍ରୀ ଦେବ କହିଛନ୍ତି ଯେ, ଏ ଉଦ୍ଭଟ ଚିନ୍ତାଧାରା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି । ସ୍କୁଲ ମିଶ୍ରଣ ପାଇଁ ୨୦୧୭ ମସିହାରୁ ନୀତି ଆୟୋଗ କହିଛନ୍ତି । ନୀତି ଆୟୋଗ ଏନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ କହିଛନ୍ତି । ନୂତନ ଶିକ୍ଷା ନୀତିରେ ମଧ୍ୟ ଏ ବିଷୟରେ ଉଲ୍ଲେଖ ରହିଛି । ଉଦେ୍ଧଶ୍ୟମୂଳକ ଭାବେ କୌଣସି ସ୍କୁଲକୁ ବନ୍ଦ କରାଯାଉନାହିଁ । ସ୍କୁଲ ମିଶ୍ରଣ ପାଇଁ ରାଜ୍ୟ ସରକାର ବିଭିନ୍ନ କମିଟି ଗଠନ କରିଛନ୍ତି । ଅଭିଯୋଗ କଲେ ସମାଧାନର ବାଟ ବାହାର କରାଯାଉଛି । ତେବେ ବିରୋଧୀ ଚାଲି ନଜାଣି ବାଟକୁ ଦୋଷ ଦେଉଛନ୍ତି ବୋଲି ପ୍ରତାବ ଦେବ କହିଛନ୍ତି ।
Comments ସମସ୍ତ ମତାମତ