କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅକ୍ଟୋବର ୮ରେ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତରେ ଜାମିନ ଖାରଜ ହେବାପରେ ଏହି ନିର୍ଦ୍ଦେଶ ବିରୋଧରେ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଆବେଦନ କରିଛନ୍ତି । ବିଜେପି ବାଲୁଗାଁ ମଣ୍ଡଳ ସଭାପତି ଓ ତାଙ୍କ ସମର୍ଥକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ ଅଭିଯୋଗ ନେଇ ଚିଲିକା ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ବିରୋଧରେ ବାଲୁଗାଁ ଥାନାରେ ଏତଲା ରୁଜୁ ହୋଇଥିଲା । ଏହାପରେ ଗିରଫଦାରୀ ଏଡ଼ାଇବା ପାଇଁ ଶ୍ରୀ ଜଗଦ୍ଦେବ ହାଇକୋର୍ଟରେ ଦାୟର କରିଥିବା ଆଗୁଆ ଜାମିନ ଆବେଦନ ଅକ୍ଟୋବର ୫ରେ ଅଗ୍ରାହ୍ୟ ହୋଇଥିଲା । ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ଜଗଦ୍ଦେବ ଖୋର୍ଦ୍ଧା ଅତିରିକ୍ତ ଦୌରାଜଜ୍ ଅଦାଲତରେ ଆତ୍ମସମର୍ପଣ କରି ଜାମିନ ପାଇଁ ଆବେଦନ କରିଥିଲେ । ଅଦାଲତ ଜାମିନ ଆବେଦନ ଖାରଜ କରିବା ସହିତ ଶ୍ରୀ ଜଗଦ୍ଦେବଙ୍କୁ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ ।
Comments ସମସ୍ତ ମତାମତ