Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ନବୀନଙ୍କ ପାଦ ଛୁଇଁଲେ ପ୍ରଶାନ୍ତ ଜଗଦେବ

    Share on :
    ajab-Image
    Date: May 25, 2026    Views: 2524

    ଭୁବନେଶ୍ୱର: ରବିବାର ପୂର୍ବାହ୍ଣ । ଜୟଦେବ ଭବନରେ ଆୟୋଜିତ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନୀଳମଣି ରାଉତରାୟଙ୍କ ରାଜ୍ୟସ୍ତରୀୟ ଜୟନ୍ତୀରେ ଯୋଗଦେବାକୁ ଆସିଥିଲେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଗାଡିରୁ ଓହ୍ଲାଉ ଓହ୍ଲାଉ ତାଙ୍କ ପାଦ ଛୁଇଁଥିଲେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ(ଗଣେଶ) । ସମସ୍ତେ ସ୍ତବ୍ଧ ଓ ନିରବ । କଣ ହେବ, ନବୀନ କଣ କହିବେ? ସେ କଥା ସମସ୍ତେ ପ୍ରଶ୍ନ କରିଥିଲେ । ହେଲେ ଶେଷରେ ନବୀନ ନିଜ ଚିରାଚରିତ ଢଙ୍ଗରେ ଗାଡିରୁ ବାହାରି ହାତ ହଲାଇ ଚାଲିଯାଇଥିଲେ ।

    ରବିବାର ଭୁବନେଶ୍ୱରରେ ଦେଖିବାକୁ ମିଳଥିଲା ଏକ ରୋଚକ ଦୃଶ୍ୟ । ପ୍ରଶାନ୍ତ କହିଛନ୍ତି, ନବୀନ ବାବୁ ତାଙ୍କୁ ରାଜନୀତିକୁ ଆଣିଥିଲେ । ମୋ ରାଜନୈତିକ ଜୀବନ ଆରମ୍ଭରୁ ନବୀନଙ୍କ ଆର୍ଶୀବାଦ ରହିଛି । ଆଜି ଏହି ଘଟଣାକୁ ନେଇ ଜୋରଦାର ଚର୍ଚ୍ଚା ଲାଗିରହିଛି । ଦୀର୍ଘବର୍ଷ ପରେ ପ୍ରଶାନ୍ତ ନବୀନଙ୍କୁ ଭେଟିଛନ୍ତି । ପୂର୍ବ ଦଳରେ ଥିବା କଥା ସେ ମନେ ପକାଇଛନ୍ତି।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook