Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାଜ୍ୟ ସରକାରଙ୍କ ଜିଦି ନବାନ ହୁସେନ ଶାହଙ୍କ ଜିଦିକୁ ବଳିଗଲା:ପ୍ରସାଦ ହରିଚନ୍ଦନ

    Share on :
    ajab-Image
    Date: Nov 21, 2023    Views: 2770

    ଭୁବନେଶ୍ୱର: ‘ରାଜ୍ୟ ସରକାରଙ୍କ ଜିଦି ନବାନ ହୁସେନ ଶାହଙ୍କ ଜିଦିକୁ ବଳିଗଲା । କେହି ଦାଣ୍ଡରେ ହରିନାମ ନେଇ ପାରିବେନି ବୋଲି କହିଥିଲେ ନବାନ ହୁସେନ ଶାହ । ସେହିପରି ଏବେ ରାଜ୍ୟ ସରକାର ବି ସମାନ ପଦାଙ୍କ ଅନୁସରଣ କରୁଛନ୍ତି। ଏପରିକି ପୁରୀ ଯିବାକୁ ବାରଣ କରି ସରକାର ନିଜକୁ ସମ୍ବିଧାନ ବିରୋଧୀ, ଆଇନ ବିରୋଧୀ ବୋଲି ପ୍ରମାଣିତ କରିଛନ୍ତି।’ ଏପରି ଟାର୍ଗେଟ କରି ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ପ୍ରସାଦ ହରିଚନ୍ଦନ।

    ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ପ୍ରସାଦ ହରିଚନ୍ଦନ କହିଛନ୍ତି, କାର୍ତ୍ତିକ ମାସରେ ପୁରୀକୁ ଦେଶର ବିଭିନ୍ନ ପ୍ରାନ୍ତ ଓ ବିଦେଶରୁ ଲୋକ ଜଗନ୍ନାଥ ଦର୍ଶନ ପାଇଁ ଆସନ୍ତି। ଠାକୁରଙ୍କ ଦର୍ଶନ କରିବା ଆମର ଧାର୍ମିକ, ସାମ୍ବିଧାନିକ ସ୍ୱୀକୃତିପ୍ରାପ୍ତ ଅଧିକାର। ଏହା ଉପରେ କଟକଣା ଲାଗୁ କରିବା ଆଇନ ବିରୋଧୀ। ଏକଚାଟିଆ ଭାବେ ସରକାର ଯେଉଁ କଟକଣା ଜାରି କରିଛନ୍ତି, ତାହାଦ୍ୱାରା କେବଳ ଭକ୍ତ ଓ ଭଗବାନ ମଧ୍ୟରେ ପାଚେରି ଛିଡ଼ା କରିଛନ୍ତି । ଏହା ଆଇନର ବିରୁଦ୍ଧାଚରଣ । ଆମ ସାମ୍ବିଧାନିକ ଅଧିକାରକୁ ବି ଉଲ୍ଲଘଂନ କରୁଛନ୍ତି।

     ଗତକାଲି ଶ୍ରୀମନ୍ଦିର ସମ୍ମୁଖ ବଡ଼ଦାଣ୍ଡରେ ଭକ୍ତଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ଏହାକୁ ଦୃଷ୍ଟିରେ ରଖି ବୟସାଧିକ ଓ ରୋଗାକ୍ରାନ୍ତ ଲୋକଙ୍କୁ ଏବେ ପୁରୀ ନଆସିବାକୁ ଅନୁରୋଧ କରିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ।
    ସେ କହିଥିଲେ, ଯେଉଁଠି ଥାଇ ଡାକିଲେ ଭଗବାନ ସେମାନଙ୍କ କଥା ଶୁଣିବେ। ଅତ୍ୟଧିକ ଆଗ୍ରହ ଦେଖାଇ ଭିଡ଼ ଭିତରକୁ ନ ପଶିବାକୁ ସେମାନଙ୍କୁ ଅନୁରୋଧ କରୁଛି। ଯେଉଁ ସମୟରେ କମ୍‌ ଭିଡ଼ ଥିବ,ସୂଚନା ନେଇ ସେହି ସମୟରେ ଆସିଲେ ଭଲ ହେବ। ଠାକୁରଙ୍କୁ ଦର୍ଶନ କରିବାର ଆଗ୍ରହ ସହ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ଆସିବାକୁ ସମସ୍ତଙ୍କୁ ଅନୁରୋଧ।

    Maximum 500 characters

    ରାଜନୀତି View all

    Find Us on Facebook