Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରସାଦ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ

    Share on :
    ajab-Image
    Date: Jan 22, 2024    Views: 3254

    ଭୁବନେଶ୍ବର: ସାଧାରଣ ନିର୍ବାଚନ ପୂର୍ବରୁ ଗତ ଡିସେମ୍ବରରୁ 'ଦେଶ ପାଇଁ ଦାନ' ଅଭିଯାନ ଆରମ୍ଭ କରିଥିଲା କଂଗ୍ରେସ । ଆଗାମୀ ସାଧାରଣ ନିର୍ବାଚନ ଜନସାଧାରଣଙ୍କ ସମର୍ଥନ ପାଇବା ପାଇଁ ସାଧାରଣ ଲୋକଙ୍କ ଠାରୁ ହିଁ ପାଣ୍ଠି ଆଦାୟ କରୁଛି କଂଗ୍ରେସ । ଭୋଟରଙ୍କ ସହ ଯୋଡି ହେବା ପାଇଁ କଂଗ୍ରେସ ଘରକୁ ଘର ଯାଇ ଜନ ସାଧାରଣଙ୍କ ଠାରୁ ସର୍ବନିମ୍ନ ୧୩୮, ୧୩୮୦ କିମ୍ବା ୧୩,୮୦୦ ଟଙ୍କା ସହାୟତା ଲୋଡିବା ପାଇଁ ଏଆଇସିସି ପକ୍ଷରୁ ଆରମ୍ଭ ହୋଇଥିଲା କ୍ରାଉଡ ଫଣ୍ଡିଂ କ୍ୟାମ୍ପେନ । ତେବେ ଓଡ଼ିଶାରେ ଏହି କ୍ୟାମ୍ପେନ୍‌କୁ ଅଧିକ କ୍ରିୟାଶୀଳ କରିବାକୁ ହୋଇଛି ଯୋଜନା । ଅଧିକ ଲୋକଙ୍କ ପାଖରେ ପହଞ୍ଚିବାକୁ କଂଗ୍ରେସ ଏହି ଅଭିଯାନ ପାଇଁ ଏକ କମିଟି ଗଠନ କରିବ । ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଏହାର ଅଧ୍ୟକ୍ଷ କରି କମିଟି ଗଠନ ପାଇଁ ଦାୟିତ୍ବ ଦିଆଯାଇଛି ।

    ମହାତ୍ମା ଗାନ୍ଧୀଙ୍କ ସ୍ବରାଜ ତିଲକ ଫଣ୍ଡରୁ ପ୍ରେରଣା ପାଇ ଗତ ଡିସେମ୍ବର ମାସରୁ 'ଦେଶ ପାଇଁ ଦାନ' ଅଭିଯାନ ଆରମ୍ଭ କରିଥିଲା କଂଗ୍ରେସ । ସାରା ଓଡ଼ିଶାରେ ଏହି ଅଭିଯାନକୁ ସୁଗମ ଏବଂ ସଫଳ କରିବା ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକ ଏକ କମିଟି ଗଠନ ପାଇଁ ଏଆଇସିସିକୁ ପ୍ରସ୍ତାବ ଦେଇଥିଲେ । ପିସିସି ସଭାପତିଙ୍କ ପ୍ରସ୍ତାବକୁ ଏଆଇସିସି ଅନୁମୋଦନ କରି ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ ଉକ୍ତ କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ପ୍ରଦାନ କରିଛି । ଏହା ସହିତ କାର୍ୟ୍ୟକ୍ରମର ବିଭିନ୍ନ ଦିଗର ତଦାରଖ ତଥା ପରିଚାଳନା ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ନେଇ ଏକ କମିଟି ଗଠନ କରିବାକୁ ପ୍ରସାଦ ହରିଚନ୍ଦନଙ୍କୁ ଅନୁମତି ଦିଆଯାଇଛି ବୋଲି ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ଏକ ପ୍ରେସବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଓଡିଶା ପ୍ରଭାରୀ ଡଃ ଅଜୟ କୁମାର ଏନେଇ ଅନୁମୋଦନ କରିଥିବା ଜଣାପଡ଼ିଛି ।

    Maximum 500 characters

    ରାଜନୀତି View all

    Find Us on Facebook