Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ବିଜେଡିରେ ମୁଁ ମୁଲିଆ ହେବାକୁ ବି ପ୍ରସ୍ତୁତ: ପ୍ରଣବ

    Share on :
    ajab-Image
    Date: Mar 19, 2023    Views: 2880

    ଭୁବନେଶ୍ବର: ଓଡିଶାବାସୀଙ୍କ କାମ ପାଇଁ ଦ୍ବାରପାଳ କ’ଣ, କ୍ରୀତଦାସ ହେବାକୁ ରାଜି ଅଛି । ଆଉ ବିଜେଡିରେ ମୁଁ ମୁଲିଆ ହେବାକୁ ବି ପ୍ରସ୍ତୁତ । ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କରିଥିବା ଆକ୍ଷେପମୂଳକ ଖବର ପ୍ରସାରଣ ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

    ଏଭଳି ମଧ୍ୟଯୁଗୀୟ ମାନସିକତାରୁ ଊର୍ଦ୍ଧ୍ବକୁ ଆସିବାକୁ ସେ ପରାମର୍ଶ ଦେଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ନବରଙ୍ଗପୁରରୁ ବିପୁଳ ସମର୍ଥନ ମିଳିଥିଲା । ନିର୍ବାଚନ ପରେ ନବରଙ୍ଗପୁରର ବିଭିନ୍ନ ସମସ୍ୟାକୁ ନେଇ ଏଠାକାର ଲୋକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ମୁଖ୍ୟମନ୍ତ୍ରୀ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ଲୋକଙ୍କ ସମସ୍ୟା ଶୁଣି ଏହାର ସମାଧାନ ପାଇଁ ନବରଙ୍ଗପୁର ଆସିଥିଲେ ବୋଲି କହିଛନ୍ତି ପ୍ରଣବ ।

    ସେ କହିଛନ୍ତି ଯେ, ‘ମୁଁ ଏଠାକାର ଲୋକଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସହ କଥା ହେବାକୁ ଡାକିଥିଲି । ମୁଁ ଡାକିଥିବା ଲୋକେ ବାହାରେ ଛିଡା ହେବେ ଆଉ ମୁଁ ଭିତରେ ବସିବି, ଏଭଳି ମାନସିକତାରେ ଆମେ ବିଶ୍ବାସ କରୁନୁ । ଆମେ କଥାରେ ନୁହେଁ, କାମରେ ବିଶ୍ବାସ କରୁ । ଦଳର ସୁପ୍ରିମୋ ସବୁବେଳେ କୁହନ୍ତି, ଆମେ ରାଜନେତାମାନେ ଲୋକଙ୍କ ସେବକ । ସେହି ଆଦର୍ଶରେ ଆମେ ଲୋକଙ୍କ ପାଇଁ କାମ କରୁଛୁ । ଆଉ ନବରଙ୍ଗପୁରବାସୀ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ଓ ବିଶ୍ବାସ ରଖି ଜିତାଇ ଆସୁଛନ୍ତି । ଆମେ ଲୋକଙ୍କ ସେବକ । ସେମାନଙ୍କ ପାଇଁ କାମ କରୁଛୁ ।’

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook