ଭୁବନେଶ୍ୱର : ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ମିଳିଛି ନୂଆ ପଦବୀ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ସାଂଗଠନିକ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି । ପୂର୍ବରୁ ଶ୍ରୀ ଦାସଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ମିଳିଥିବାବେଳେ ଏବେ କେବଳ ପଦବୀରେ ନାମ ହିଁ ବଦଳିଛି । ତେବେ ପୂର୍ବଭଳି ସେ ବିଜେଡ଼ିର ଗୁରୁ ଦାୟିତ୍ୱ ତୁଲାଇବେ ।
ସୂଚନାଯୋଗ୍ୟଯେ, ଗତ ନଭେମ୍ବର ୧୫ରେ ପ୍ରଣବଙ୍କୁ ନୂଆ ଦାୟିତ୍ୱ ଦେଇଥିଲେ ନବୀନ । ସେତେବେଳେ ପ୍ରଣବଙ୍କୁ ସାଧାରଣ ସମ୍ପାଦକ (ସଂଗଠନ) ଦାୟିତ୍ୱ ଦିଆଯାଇଥିବାବେଳେ ସଂଜୟ ଦାସବର୍ମାଙ୍କୁ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଭାବେ ନିଯୁକ୍ତ କରାଯାଇଥିଲା । ତେବେ ସାଧାରଣତଃ ବିଜେପିରେ ସାଧାରଣ ସମ୍ପାଦକ (ସଂଗଠନ) ପଦବୀ ରହିଛି । ବିଜେପିରେ ଆରଏସସର ଜଣେ ଆଗଧାଡ଼ିର କାର୍ଯ୍ୟକର୍ତାଙ୍କୁ ଏହି ପଦବୀ ଦିଆଯାଇଥାଏ । ଫଳରେ ବିଜେପି ଢାଂଚାରେ ବିଜେଡ଼ି ନିଜର ସାଂଗଠନିକ ପୁନର୍ବିନ୍ୟାସ କରୁଛି ବୋଲି ଚର୍ଚ୍ଚା ହେଉଥିଲା । ସମ୍ଭବତଃ ଏଇଥିପାଇଁ ପ୍ରଣବଙ୍କ ପଦବୀର ପୁନଃ ନାମକରଣ ହିଁ କରାଯାଇଛି । କିନ୍ତୁ ପୂର୍ବରୁ ସେ ଦଳରେ ଯେଉଁ କ୍ଷମତା ଉପଭୋଗ କରୁଥିଲେ ଏବେବି ସେହି କ୍ଷମତା ଉପଭୋଗ କରିବେ । ୨୦୧୪ ବିଜେପୁର ଉପନିର୍ବାଚନ ଓ ୨୦୧୯ ପାଟକୁରା ଉପନିର୍ବାଚନରେ ସେ ଭଲ କାମ କରିଥିବାବେଳେଳ ସେ ଦଳର ସାଂଗଠନିକ ବ୍ୟାପାର ବୁଝିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।
Comments ସମସ୍ତ ମତାମତ