Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଅଣ୍ଡାମାଡ଼

    Share on :
    ajab-Image
    Date: Oct 18, 2024    Views: 3309

     ଧର୍ମଶାଳା: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼  ।  ଶ୍ରୀ ବଳବନ୍ତରାୟ ନିଜ ଗାଡ଼ିରେ ଲକ୍ଷ୍ମୀପୂଜା ଦେଖିବାକୁ ଯାଉଥିବାବେଳେ ନିର୍ବାଚନମଣ୍ଡଳୀର କୁରିକଣା ଗାଁ ନିକଟରେ ଉତ୍ତ୍ୟକ୍ତ ଲୋକେ ତାଙ୍କ ଗାଡ଼ି ଅଟକାଇବାକୁ ପ୍ରୟାସ କରିଥିଲେ । କିନ୍ତୁ ଡ୍ରାଇଭର ଗାଡ଼ି ନରଖିବାରୁ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ । ଗୋଟିଏ ଅବା ଦୁଇଟି ନୁହେଁ ବହୁ ସଂଖ୍ୟାରେ ଅଣ୍ଡା ତାଙ୍କ ଗାଡ଼ି ଉପରକୁ ମାଡ଼ ହୋଇଥିଲା । ଡ୍ରାଇଭର ଗାଡ଼ିକୁ ନେଇ ଘଟଣାସ୍ଥଳରୁ ଦ୍ରୁତଗତିରେ ପଳାୟନ କରିଥିଲେ ।
    ଅବଶ୍ୟ ଏହି ଅଣ୍ଡାମାଡ଼ରେ ପୂର୍ବତନ ବିଧାୟକ ଶ୍ରୀ ବଳବନ୍ତରାୟଙ୍କ କୌଣସି କ୍ଷତି ହୋଇନାହିଁ । କିନ୍ତୁ ସ୍ଥାନୀୟ ଲୋକେ କାହିଁକି ତାଙ୍କ ଉପରେ ଏତେ ଆକ୍ରୋଶ ବ୍ୟକ୍ତ କଲେ ତା’ର ପ୍ରକୃତ କାରଣ ଜଣାପଡ଼ିନି ।

    Maximum 500 characters

    ରାଜନୀତି View all

    Find Us on Facebook